25.1 C
Bhubaneswar
Saturday, March 7, 2026
Homeଓଡିଶାପୀତବାସଙ୍କୁ ହତ୍ୟା: ଆଜି କୋର୍ଟରେ ହାଜର ହେବେ ସମସ୍ତ ଅଭିଯୁକ୍ତ

ପୀତବାସଙ୍କୁ ହତ୍ୟା: ଆଜି କୋର୍ଟରେ ହାଜର ହେବେ ସମସ୍ତ ଅଭିଯୁକ୍ତ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟରେ ହାଜର କରାଯିବ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳାଇ, ପୂର୍ବତନ ମେୟର ପିଣ୍ଟୁ ଦାଶ, ସୁନୀଲ ଅକୁମାର ହୋତା, ବିପିନ ସ୍ବାଇଁ, ସୀମାଞ୍ଚଳ ନାୟକ, ବିହାରୀ ସୁଟର କୁନ୍ଦନ କୁମାର, ଶିଶୁପାଳ କୁମାର ପାଶୱାନ ସହ ଗୁଳି ଫୁଟାଇଥିବା କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ ଏହି ମାମଲାରେ ଗିରଫ ହୋଇଛନ୍ତି ।ଆଜି କୋର୍ଟରେ ଏହି ମାମଲାର କମିଟମେଣ୍ଟ ହେବାକୁ ଥିବାବେଳେ ଗିରଫ ସମସ୍ତ ୧୬ ଅଭିଯୁକ୍ତ ହାଜର ହେବେ ବୋଲି ସୂଚନା ମିଳିଛି । ଗତ ଅକ୍ଟୋବର ୬ ତାରିଖ ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ବୈକୁଣ୍ଠନଗର ନିକଟରେ ଗୁଳିକରି ହତ୍ୟା କରାଯାଇଥିଲା । ବର୍ତ୍ତମାନ ୧୫ ଅଭିଯୁକ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଓ ପିଣ୍ଟୁ ଦାଶ ଫୁଲବାଣୀ ମଣ୍ଡଳ କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ଅଛନ୍ତି । ମାମଲାର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking