28.1 C
Bhubaneswar
Thursday, March 12, 2026
Homeଓଡିଶାପିତାମ୍ବର ଆଚାର୍ୟ୍ୟଙ୍କୁ ଗୁରୁ ଦାୟିତ୍ୱ

ପିତାମ୍ବର ଆଚାର୍ୟ୍ୟଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ଆଇନ ବିଭାଗ ପକ୍ଷରୁ ସୂଚନା । ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିତାମ୍ବର । ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ୟ୍ୟ । ତେବେ ପିତାମ୍ବର ଆଚାର୍ଯ୍ୟଙ୍କୁ ଦିଆଯାଇଛି ଏକ ଗୁରୁଦାୟିତ୍ୱ । ବରିଷ୍ଠ ଆଇନଜୀବୀ ପୀତାମ୍ୱର ଆଚାର୍ୟ୍ୟଙ୍କୁ ବଡ଼ ଦାୟିତ୍ୱ। ଆଡଭୋକେଟ୍ ଜେନେରାଲ ଭାବେତାଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାର ପିତାମ୍ୱର ଆଚାର୍ୟ୍ୟଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି। ତୁରନ୍ତ ଏହି ନିର୍ଦ୍ଦେଶନାମା କାର୍ୟ୍ୟକାରୀ କରିବା ପାଇଁ ଆଇନବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ପ୍ରାୟ ମାସେ ପୁରିଲାଣି। ଆଜି ଯାଏଁ ଏଜି ନିଯୁକ୍ତି ହୋଇ ନଥିବାରୁ ବିଭିନ୍ନ ମହଲରୁ ଉଦବେଗ ପ୍ରକାଶ ପାଉଥିଲା। ଏପରିକି ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଏନେଇ ପ୍ରଶ୍ନ କରିବା ପରେ, ବିରୋଧୀ ବିଜେଡି ମଧ୍ୟ ସରକାରଙ୍କୁ ଘେରିଥିଲା। କାରଣ, ଆଡଭୋକେଟ୍ ଜେନେରାଲ ଏକ ସାମ୍ୱିଧାନିକ ପଦବୀ। ସରକାର କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟରେ ଏଜି ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି କରିବା କଥା। ଏକାଧିକ ବରିଷ୍ଠ ଆଇନଜୀବୀ ଲବିରେ ଥିବାରୁ ନିଷ୍ପତ୍ତି ବିଳମ୍ୱ ହୋଇଥିଲା। ଶେଷରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ୱର ଆଚାର୍ୟ୍ୟଙ୍କ ନାଁରେ ମୋହର ମାରିଛନ୍ତି ମୋହନ ସରକାର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking