ଭୁବନେଶ୍ୱର: ପୀତବାସ ପଣ୍ଡା ହତ୍ୟା ମାମଲାର ଫର୍ଦ୍ଦାଫାସ ପରେ ପରିବାର ଚକିତ । ଆମେ ଆଶ୍ଚର୍ଯ୍ୟଚକିତ ବୋଲି କହିଲେ ପୀତବାସଙ୍କ ସାନ ଭାଇ । ଆହୁରି କହିଲେ ଯେଉଁ ୪ ଜଣଙ୍କୁ ମୁଖ୍ୟ ଆସାମୀ ଦର୍ଶାଯାଇଛି, ସେମାନେ ଘନିଷ୍ଠ ଥିଲେ । ବିକ୍ରମ ପଣ୍ଡା, ପିଣ୍ଟୁ ଦାସ, ମଦନ ଦଳେଇ, ମଳୟ ବିଷୋୟୀଙ୍କୁ ନେଇ ଚକିତ । ସେମାନଙ୍କୁ ପରିଚିତ କରିବା ପଛରେ ମୋ ଭାଇଙ୍କର ଭୂମିକା ଥିଲା । ଯଦି ପଛରୁ ଚକ୍ରାନ୍ତ କରି ମାରିବେ, ତାହେଲେ କିଏ କାହାକୁ ସାହାଯ୍ୟ କରିବ । ଭାଇଙ୍କ ହତ୍ୟା ପରେ ଆମକୁ ଆସି ଶାନ୍ତ୍ୱନା ଦେଇଥିଲେ । ମାତ୍ର ସେମାନେ ଯେ ହତ୍ୟା ପଛର ଷଡଯନ୍ତ୍ରକାରୀ ଜାଣିନଥିଲୁ । ସେମାନଙ୍କୁ କଠିନରୁ କଠିନ, ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିବା ଦରକାର । ସୂଚନାଯୋଗ୍ୟ, ପୀତବାସ ପଣ୍ଡା ହତ୍ୟା ମାମଲାର ବ୍ରହ୍ମପୁର ଏସପି ଫର୍ଦ୍ଦାଫାସ କରି ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛନ୍ତି ।










