କଟକ : ମହାନଦୀ ପଠାରେ ପିରନିକ ଆୟୋଜନ ଉପରେ ସିଏମସି କଟକଣା କରିଛି । ବୋଟିଂ କ୍ଲବ ଠାରୁ କଟକ – ଇନ – କଟକ ପଯ୍ୟନ୍ତ କଟକଣା କରାଯାଇଛି । ତଳ ବାଲିଯାତ୍ରା ପଡିଆରୁ ଚହଟା ଛକ ଯାଏଁ ମଧ୍ୟ କଟକଣା କରାଯାଇଛି । ଭୋଜି ସହ ବିଭିନ୍ନ ଇଭେଣ୍ଟର ଆୟୋଜନ ମଧ୍ୟ ବାରଣ କରାଯାଇଛି । ଅଳିଆ ଆବର୍ଜନ ହେତୁ ମହାନଦୀ ଦୂଷିତ ହେଉଥିବାରୁ ସିଏମସି ପକ୍ଷରୁ ପଦକ୍ଷେପ ନିଆଯାଇଛି ।