ବଣାଇ: ସୁନ୍ଦରଗଡ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ମର୍ମାନ୍ତୁଦ ଦୁର୍ଘଟଣାର ଖବର । ପିକଅପ୍ ଭ୍ୟାନ୍ ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଚାନ୍ଦିପୋଷ ଥାନା ଏନଏଚ୍ ୧୪୩ ବୀରତୋଳା ନିକଟରେ ଏହି ଦୁର୍ଘଟଣାଟି ଘଟିଛି । ସୂଚନା ଅନୁସାରେ ଭାରସାମ୍ୟ ହରାଇ ଏନଏଚ୍ ଉପରେ ଓଲଟି ପଡିଥିଲା ଭ୍ୟାନ୍ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










