କୁକୁଡାଖଣ୍ଡି: ସଦର ଥାନା ଅନ୍ତର୍ଗତ ବ୍ରହ୍ମପୁର-ଦିଗପହଣ୍ଡି ରାଜପଥର ବାଇଗଣବାଡି ଛକରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ସାନଖେମୁଣ୍ଡି ଖଲିଙ୍ଗି ଗ୍ରାମର କର୍ଣ୍ଣ ସେଠୀ ଓ ସନାତନ ସୁଆଁସିଆ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ଯେ ବ୍ରହ୍ମପୁରରୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ସହ ଦିଗପହଣ୍ଡିକୁ ଯାଉଥିବା ଏକ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ରେ ବସିଥିବା କର୍ଣ୍ଣ ଓ ସନାତନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାବା ସହ ଦୁର୍ଘଟଣାଗ୍ରସ୍ତ ପିକ୍ଅପ୍ ଭ୍ୟାନ୍ ଓ ବାଇକ୍କୁ ଜବତ କରିଛି। ପିକ୍ଅପ୍ ଡ୍ରାଇଭରକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ପୁଲିସ୍ ଏନେଇ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ତେବେ ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ। ଫଳରେ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତା କିଛି ସମୟ ପାଇଁ ଯାତାୟାତ ଠପ୍ ହୋଇଥିଲା। ଡିଭାଇଡର ନଥିବାରୁ ଯାନବାହନ ନୟନ୍ତ୍ରଣ ହରାଇ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଥିଲେ। ତୁରନ୍ତ ରାସ୍ତାରେ ଡିଭାଇଡର ନିର୍ମାଣ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଥିଲେ। ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଦୁର୍ଘଟଣା ସ୍ଥଳରେ ପହଞ୍ôଚ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଘଟଣା ସ୍ଥଳରେ ତହସିଲଦାର ରାଜ କିଶୋର ପଟ୍ଟନାୟକ ଓ ଏସଡିପିଓ ଶୁଭ୍ରାଂଶୁ ପରିଡ଼ା ଏବଂ ସଦର ଥାନା ଅଧିକାରୀ ରାମ ସୁବ୍ରମଣ୍ୟମ ପ୍ରଧାନ ପହଞ୍ôଚ ମୃତ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ରେଡ୍କ୍ରସ୍ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ସୂଚନା ମିଳିଛି।









