19.1 C
Bhubaneswar
Monday, November 25, 2024
Homeଓଡିଶାବାଲିଯାତ୍ରାରେ ରାସ୍ତା କଡ଼ରେ ବସି ପାରିବେନି ଉଠାଦୋକାନୀ

ବାଲିଯାତ୍ରାରେ ରାସ୍ତା କଡ଼ରେ ବସି ପାରିବେନି ଉଠାଦୋକାନୀ

କଟକ : ବାଲିଯାତ୍ରାରେ ରାସ୍ତା କଡ଼ରେ ବସି ପାରିବେନି ଉଠାଦୋକାନୀ । ଯୋବ୍ରାଠାରୁ ଚହଟା ପର୍ଯ୍ୟନ୍ତ ରିଂରୋଡ଼ ରାସ୍ତାର ଉଭୟ ପାର୍ଶ୍ବରେ କଟକଣା ଜାରି କଲେ କଟକ ଜିଲ୍ଲାପାଳ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି କଟକଣା ଜାରି ହୋଇଛି ।

ଉଠାଦୋକାନୀଙ୍କ ପାଇଁ ତଳ ବାଲିଯାତ୍ରା ପଡ଼ିଆରେ ସ୍ୱତନ୍ତ୍ର ଜୋନ ହେବ । ଏଥିପାଇଁ ସେମାନଙ୍କୁ ୟୁଜର୍ସ ଫି ଦେବାକୁ ପଡିବ । ଆଜିଠାରୁ କଡାକଡି ଭାବେ ଲାଗୁ ହେବ ଏହି କଟକଣା । ଉଠା ଦୋକାନୀଙ୍କ ଜୀବନଜୀବିକା ଯେପରି ପ୍ରଭାବିତ ନ ହେବ, ସେଥିପାଇଁ ତଳ ବାଲିଯାତ୍ରା ପଡ଼ିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ୨୦ ହଜାର ବର୍ଗଫୁଟ ସ୍ଥାନ ଚିହ୍ନଟ କରାଯାଇଛି । ଉଠା ଦୋକାନୀମାନେ ଆବଶ୍ୟକ ୟୁଜର ଫି’ ଦେଇ ନିର୍ଦ୍ଧାରିତ ସ୍ଥାନରେ ବ୍ୟବସାୟ କରିପାରିବେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ ସିନ୍ଧେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking