ଭୁବନେଶ୍ୱର : ରାଜଧାନୀରୁ ହଟିବେ ଉଠା ଦୋକାନୀ । ସମୂହ ସଫେଇ କାଯ୍ୟକ୍ରମ ସମୟରେ ରାସ୍ତା କଡରେ ମନ ଇଛା ଦୋକାନ କରିଥିବା ଦେଖି ମେୟର ରାଗିଛନ୍ତି । ସିଆରପି ଛକରେ ସମୂହ ସଫେଇ କାଯ୍ୟକ୍ରମ ସମୟର ରାସ୍ତା କଡରେ ଥିବା ଉଠା ଦୋକାନୀଙ୍କୁ ବିଭିନ୍ନ କଥା ପଚାରି ବୁଝିଛନ୍ତି । ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ହଟିବେ ଉଠା ଦୋକାନୀ । ଉଠା ଦୋକାନୀକୁ ଉଠାଇ ସମସ୍ତଙ୍କୁ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯଇବ । ଏପଟେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧାନୀ । ସେଥିପାଇଁ ବିଭିନ୍ନ ଦୋକାନ ବଜାର ଭୁବନେଶ୍ୱରକୁ ସଫା କରିବା ପାଇଁ ଅଣ୍ଟା ଭିଡ଼ିଛି ବିଏମସି ।