22.1 C
Bhubaneswar
Monday, January 12, 2026
Homeଓଡିଶାଆକାଶବାଣୀ କଟକ କେନ୍ଦ୍ର ପରିଦର୍ଶନ ସହ ଅଧିକାରୀଙ୍କ ସହ ଆଲୋଚନା କଲେ ପିଆଇବି ଏଡିଜି

ଆକାଶବାଣୀ କଟକ କେନ୍ଦ୍ର ପରିଦର୍ଶନ ସହ ଅଧିକାରୀଙ୍କ ସହ ଆଲୋଚନା କଲେ ପିଆଇବି ଏଡିଜି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ 2047 ଲକ୍ଷ୍ୟ ଅନୁରୂପ ଓଡ଼ିଶା ଜାତୀୟ ବିକାଶରେ ସକ୍ରିୟ ଅଂଶଗ୍ରହଣ କରୁଛି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରଚାରପ୍ରସାରରେ ଆକାଶବାଣୀ କଟକ କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର ଆଜି ଆକାଶବାଣୀ କଟକ କେନ୍ଦ୍ର ପରିଦର୍ଶନ କରିବା ସହିତ ଅଧିକାରୀମାନଙ୍କ ସହିତ ମତବିନିମୟ କରିଛନ୍ତି। ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ଲାଗି ପରବର୍ତ୍ତୀ ରୂପରେଖ ପ୍ରସ୍ତୁତି ଏବଂ ଏଥିରେ ଆକାଶବାଣୀର ଭୂମିକାକୁ ନେଇ ଶ୍ରୀ ମିଶ୍ର ଆଲୋଚନା କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ମହିଳା ସଶକ୍ତୀକରଣ ଏବଂ ଆଦିବାସୀ କଲ୍ୟାଣ ଦିଗରେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ଏହା ସମାବେଶୀ ବିକାଶକୁ ସୁଦୃଢ଼ କରିବା ସହିତ ବିକଶିତ ଭାରତ ଗଠନ ଦିଗରେ ଫଳପ୍ରଦ ଯୋଗଦାନ ଦେଉଛି। ଏସବୁ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପ୍ରସାରିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସମାଚାର ବିଷୟରେ କେନ୍ଦ୍ରର ଅଧିକାରୀମାନେ ସୂଚନା ଦେଇଥିଲେ। ଏହି ଅବସରରେ ଆକାଶବାଣୀ କଟକ କେନ୍ଦ୍ରର ଉପନିର୍ଦ୍ଦେଶକ ତଥା ଆଞ୍ଚଳିକ ସମାଚାର ପ୍ରଭାଗ ମୁଖ୍ୟ ଡକ୍ଟର ସତ୍ୟ ନାରାୟଣ ପଟ୍ଟନାୟକ, ବାର୍ତ୍ତା ସମ୍ପାଦକ ଇତିଶ୍ରୀ ସିଂ ରାଠୋର ଓ ନିର୍ମାଲ୍ୟ ବେହେରାଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking