27.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶଅନଲାଇନରେ ଦଉଡ଼ି ମଗାଇ ଆତ୍ମହତ୍ୟା କଲେ ପିଏଚଡି ଛାତ୍ରୀ

ଅନଲାଇନରେ ଦଉଡ଼ି ମଗାଇ ଆତ୍ମହତ୍ୟା କଲେ ପିଏଚଡି ଛାତ୍ରୀ

କାନପୁର : ଆଇଆଇଟି କାନପୁର ଛାତ୍ରୀନିବାସରେ ରହୁଥିବା ଜଣେ ପିଏଚଡି ଛାତ୍ରୀ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀଙ୍କ ନାଁ ହେଉଛି ପ୍ରଗତି ଖାରୟା। ନିଜ ରୁମରେ ସିଲିଂ ହୁକରେ ଦଉଡ଼ି ବାନ୍ଧି ସେଥିରେ ଝୁଲିପଡ଼ିଛନ୍ତି ପ୍ରଗତି। ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ତେବେ ପ୍ରଗତି ଯେଉଁ ଦଉଡ଼ିରେ ଆତ୍ମହତ୍ୟା କରିଛନ୍ତି ତାହାକୁ ସେ ଅନଲାଇନରେ ଅର୍ଡର କରିଥିଲେ। କାରଣ ତାଙ୍କ ରୁମରୁ ମିଳିଥିବା ଏକ ପ୍ୟାକେଟରୁ ଏହା ଜରାପଡ଼ିଛି।

କ’ଣ ପାଇଁ ସେ ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନ ଥିବାବେଳେ ଗତ ୧ ବର୍ଷ ମଧ୍ୟରେ ଏହା ୪ର୍ଥ ଘଟଣା। ପୂର୍ବରୁ ମଧ୍ୟ ଅନୁରୂପ ୩ଟି ଘଟଣା ଘଟିସାରିଛି। ଗୁରୁବାର ସକାଳେ ପ୍ରଗତି କ୍ଲାସକୁ ଯାଇ ନ ଥିଲେ। ଫଳରେ ସାଙ୍ଗମାନେ ତାଙ୍କୁ ଫୋନ କରିଥିଲେ। କିନ୍ତୁ ସେ ଫୋନ ଉଠାଇ ନ ଥିଲେ। ଏ ସମ୍ପର୍କରେ ସେମାନେ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ପ୍ରଗତିଙ୍କ ମୋବାଇଲ ଫୋନ ଜବତ କରିଛି, ଯେଉଁଥିରୁ ଆତ୍ମହତ୍ୟାର କାରଣ ବିଷୟରେ ଜଣାପଡ଼ିପାରେ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking