ମୋହନା: ମୋହନା ହସ୍ପିଟାଲ ପରିସରରୁ ଆସିଛି ଏକ ବଡ ଖବର । ହସ୍ପିଟାଲ ଭିତରେ ଫାର୍ମାସିଷ୍ଟ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାଇ , ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମେଡିକାଲ ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଖଜୁରୀପଦା ମେଡିକାଲର ଫାର୍ମାସିଷ୍ଟ ଗଣେଶ୍ୱର ବେହେରା । ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ । ଶବ ବ୍ୟବଚ୍ଛେଦ ପାଇଁ ପଠା ଗଲା ମୃତଦେହ । ତେବେ ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଥିବା ବେଳେ , ପୋଲିସ ତଦନ୍ତ କରୁଥିବା ନେଇ , ସୂଚନା ରହିଛି ।