26.1 C
Bhubaneswar
Sunday, March 1, 2026
Homeଓଡିଶାଡ୍ୟୁଟି ସମୟରେ ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ଡ୍ୟୁଟି ସମୟରେ ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

କେନ୍ଦୁଝର : କେନ୍ଦୁଝରରେ ଡ୍ୟୁଟି କରୁଥିବା ସମୟରେ ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ । କ୍ଷତିପୂରଣ ସହ ବିଧବା ସ୍ତ୍ରୀଙ୍କୁ ଏକ ଚାକିରି ଦେବା ଦାବିରେ ମୃତଦେହ ନେଉ ନାହାନ୍ତି ପରିବାର ଲୋକେ । କେନ୍ଦୁଝର ପଦ୍ମପୁର ଅଞ୍ଚଳର ସୁଶିଲ କୁମାର ସାହୁ , ଡିଏମଏଫ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବରେ କାର୍ଯ୍ୟ କରୁଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗତକାଲି ଅପରାହ୍ନରେ ଶୁସିଲ ପାଟଣାରେ ଜଣେ ରୋଗୀଙ୍କୁ ଛାଡ଼ି ଫେରୁଥିବା ସମୟରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା , ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସୁଶିଲଙ୍କର ଏକ ମାତ୍ର ଝିଅ ଅଛନ୍ତି ଓ ସେ ୯ମ ଶ୍ରେଣୀ ରେ ପାଠ ପଢ଼ୁଛନ୍ତି ଓ ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ତେଣୁ ଏବେ ତାଙ୍କ ପରିବାର ଲୋକେ ଉପଯୁକ୍ତ କ୍ଷତିପୂରଣ ସହ ତାଙ୍କ ସ୍ତ୍ରୀଙ୍କୁ ଚାକିରି ଦାବିରେ ଅଡି ବସିଛନ୍ତି । ଲିଖିତ ପ୍ରତିଶୁତି ନ ପାଇବା ପର୍ଯ୍ୟନ୍ତ ମୃତଦେହ ଉଠାଉ ନାହାନ୍ତି । ଏନେଇ କେନ୍ଦୁଝର ଧରଣୀଧର ମେଡିକାଲ କଲେଜର ମ୍ୟାନେଜର ପରିବାର ଲୋକଙ୍କ ସହିତ ଆଲୋଚନା କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking