24.1 C
Bhubaneswar
Monday, February 2, 2026
Homeଦେଶ ବିଦେଶବଢିବ ପେଟ୍ରୋଲ, ଡିଜେଲ ଦର

ବଢିବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ରୁଷ ଏବଂ ଇରାନ ଉପରେ ୟୁଏଇର ପ୍ରତିବନ୍ଧକ ଯୋଗୁ ଅଶୋଧିତ ତୈଳର ଯୋଗାଣରେ ବାଧା ସୃଷ୍ଟି ହୋଇଛି। ଏହି କାରଣରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଅଭାବ ଦେଖାଦେଇଛି। ଭାରତ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଗତ ପାଞ୍ଚ ଦିନ ମଧ୍ୟରେ ଅଶୋଧିତ ତେଲର ଦର ୬ ପ୍ରତିଶତ ବୃଦ୍ଧି ପାଇଛି। ଯାହା ଗତ ତିନି ସପ୍ତାହ ମଧ୍ୟରେ ସର୍ବୋଚ୍ଚସ୍ତର ଅଟେ। ଯଦି ସମାନ ପରିସ୍ଥିତି ଜାରି ରହେ ଏବଂ ଅଶୋଧିତ ତୈଳର ଦର ଅନ୍ତର୍ଜାତୀୟ ବଜାରରେ ନ କମେ, ତେବେ ପେଟ୍ରୋଲ ଏବଂ ଡିଜେଲ ମଧ୍ୟ ଭାରତରେ ମହଙ୍ଗା ହୋଇପାରେ। ଵୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ଅନ୍ୟ ପଟେ ଆମେରିକାର ସୁଧ ହାର ହ୍ରାସ ଯୋଗୁ ଅଶୋଧିତ ତୈଳ କ୍ରୟ ଦର ବୃଦ୍ଧି ପାଇଛି। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ଚୈଳ ଦର ବୃଦ୍ଧି ପାଇଛି। ବିଶ୍ୱ ଫେଡେରାଲ୍ ରିଜର୍ଭ ଦ୍ୱାରା ଅଶୋଧିତ ତୈଳର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏହି କାରଣରୁ, ବ୍ରେଣ୍ଟ ୧.୦୮ ଡଲାର ତଥା ୧.୫ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୭୪.୪୯ ଡଲାରରେ ପହଞ୍ଚିଛି। ଆମେରିକାର ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ(ଡବ୍ଲୁଟିଆଇ) ଅଶୋଧିତ ମୂଲ୍ୟ ୧.୨୭ ଡଲାର ତଥା ୧.୮ ପ୍ରତିଶତ ବୃଦ୍ଧି ହୋଇ ୭୧.୨୯ ଡଲାରରେ ପହଞ୍ଚିଛି। ଗତ ତିନି ସପ୍ତାହ ମଧ୍ୟରେ ଅଶୋଧିତ ତୈଳ ଏହା ସର୍ବାଧିକ ସ୍ତର ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking