26.1 C
Bhubaneswar
Tuesday, September 17, 2024
Homeଓଡିଶାକମିପାରେ ପେଟ୍ରୋଲ, ଡିଜେଲ ଦର

କମିପାରେ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ବିଶ୍ବ ବଜାରରେ ତେଲ ଦର ୨୦୨୪ ଜାନୁଆରୀ ପରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସେ ଦୃଷ୍ଟିରୁ ରାଷ୍ଟ୍ରାୟାତ୍ତ ତୈଳ ବିପଣନ କମ୍ପାନୀ (ଓଏମ୍‌ସି)ଙ୍କୁ ବହୁ ଲାଭ ମିଳିଛି। ସେଥିପାଇଁ ପେଟ୍ରୋଲ ଓ ଡିଜେଲ ଦର କମାଇବା ପାଇଁ ସରକାର ଚିନ୍ତା କରୁଛନ୍ତି। ଭାରତରେ ପେଟ୍ରୋଲ ଓ ଡିଜେଲ ଦର କମିବା ସମ୍ଭାବନା ରହିଛି। ଏଥିସହ ଆଗକୁ ଜାମ୍ମୁ-କାଶ୍ମୀର ଓ ହରିୟାଣା ନିର୍ବାଚନ ଥିବାରୁ ଏଭଳି ଆଶା ଦୃଢ଼ୀଭୂତ ହୋଇଛି। ଗତ ମାର୍ଚ୍ଚରେ ଭାରତ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ୨ ଟଙ୍କା ହ୍ରାସ କରିଥିଲେ। ଚଳିତ ମାସରେ ଜାମ୍ମୁ-କାଶ୍ମୀର ଏବଂ ଅକ୍ଟୋବରରେ ହରିୟାଣା ବିଧାନସଭା ନିର୍ବାଚନ ଥିବାରୁ ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ପାଇଁ ଯୋଜନା କରୁଥିବା କୁହାଯାଉଛି।

ନିକଟରେ ଅଶୋଧିତ ତେଲ ମୂଲ୍ୟ ହ୍ରାସ ପାଇଛି। ଫଳରେ ଆମେରିକାରେ ଅଶୋଧିତ ତେଲ ଦର ବ୍ୟାରେଲ ପ୍ରତି ୭୦ ଡଲାର ତଳକୁ ଖସି ଆସିଥିବାବେଳେ ବ୍ରେଣ୍ଟ ତେଲ ବ୍ୟାରେଲ ପ୍ରତି ୧ ଡଲାର ଖସି ୭୨.୭୫ ଡଲାରରେ ପହଞ୍ଚିଛି। ଲିବିଆ ତେଲ ବଜାରକୁ ଫେରିବା ପରେ ମୂଲ୍ୟ ତୀବ୍ର ହ୍ରାସ ହୋଇଛି। ତେଲ ଦର ହ୍ରାସ ହେବା ସମ୍ଭାବନା ଥିବା ଖବର ପରେ ଶୁକ୍ରବାର ପୁଞ୍ଜି ବାଜରରେ ଏଚ୍‌ପିସିଏଲ୍‌, ବିପିସିଏଲ୍‌ ଓ ଆଇଓସି ଅଂଶଧନ ୨ଧରୁ ଅଧିକ ଖସିଯାଇଛି। ତେବେ ପ୍ରସ୍ତାବିତ ମୂଲ୍ୟ ହ୍ରାସ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ଏପର‌୍ୟ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଦେଇନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking