15.1 C
Bhubaneswar
Wednesday, December 10, 2025
Homeଓଡିଶାଘରେ ପେଟ୍ରୋଲ ବ୍ୟାରେଲ ଫାଟି ଅଗ୍ନିକାଣ୍ଡ

ଘରେ ପେଟ୍ରୋଲ ବ୍ୟାରେଲ ଫାଟି ଅଗ୍ନିକାଣ୍ଡ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା  ଛତ୍ରପୁର ଥାନା  ଅନ୍ତର୍ଗତ  ସୁନ୍ଦରପୁର  ଗ୍ରାମର ବାଲି ସାହିରେ  ଭୟାବହ ଅଗ୍ନିକାଣ୍ଡ ଘଟିଛି । ପେଟ୍ରୋଲ ବ୍ୟାରେଲ ଫାଟି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ସୁନ୍ଦରପୁର ଗ୍ରାମର ବାଲିସାହିର କୃଷ୍ଣ ଚନ୍ଦ୍ର ସାହୁଙ୍କ ଘରେ ପେଟ୍ରୋଲ ବ୍ୟାରେଲ ଫାଟିବାରୁ  ହୁତୁ ହୁତୁ ହୋଇ ତାଙ୍କର ଘର ଜଳିଯାଇଛି । ଭାଗ୍ୟବଶତଃ ପରିବାରର ସମସ୍ତ ସଦସ୍ୟ ଅଳ୍ପକେ ବଞ୍ଚି ଯାଇଛନ୍ତି । ନିଆଁ ର ଆଁରେ ସବୁ ଆସବାବ ପତ୍ର , ଜିନିଷ ପୋଡି ପାଉଁଶ ହୋଇଯାଇଛି ।  ସୂଚନା ପାଇ   ଦୁଇଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କୃଷ୍ଣ ଚନ୍ଦ୍ର ସାହୁ  ନିଜ ଘରେ ବ୍ୟାରେଲରେ  ପେଟ୍ରୋଲ ରଖି ବିକ୍ରି  କରୁଥିବା ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking