27.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶକୀଟନାଶକ ନେଲା ମାଙ୍କଡ଼ଙ୍କ ଜୀବନ

କୀଟନାଶକ ନେଲା ମାଙ୍କଡ଼ଙ୍କ ଜୀବନ

ନୂଆଦିଲ୍ଲୀ: କୀଟନାଶକ ନେଲା ମାଙ୍କଡ଼ଙ୍କ ଜୀବନ । ଗୋଟିଏ କି ୨ଟି ନୁହେଁ ୧୦୦ଟି ମାଙ୍କଡଙ୍କର ଯାଇଛି ଜୀବନ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ । ଏପରି ଘଟଣା ରାଜଧାନୀ ଦିଲ୍ଲୀରେ ହୋଇଛି । ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ବା ଭାରତୀୟ ଖାଦ୍ୟ ନିଗମର ଗୋଦାମରେ କୀଟନାଶକ କରାଯାଇଥିଲା ସ୍ପ୍ରେ । କୀଟନାଶକ ପଡିଥିବା ଏହି ଗୋଦାମକୁ ଚାଲିଯାଇଥିଲେ ମାଙ୍କଡ । ଏମାନେ କୀଟନାଶକ ପଡିଥିବା ଖାଦ୍ୟକୁ ଶୁଙ୍ଘିବା ପରେ ଜଣକ ପରେ ଜଣେ ମରିଯାଇଥିଲେ । ତେବେ ଏହି ଘଟଣାକୁ ଲୁଚେଇବାକୁ ଚେଷ୍ଠା କରିଥିଲେ ଗୋଦାମ କର୍ମଚାରୀ । ଏଥିପାଇଁ ପୋତି ଦେଇଥିଲେ ମାଙ୍କଡ଼ଙ୍କ ମୃତଦେହ । ବର୍ତ୍ତମାନ ଏହି ଘଟଣା ଲୋକଲୋଚନକୁ ଆସିଛି । ମାଙ୍କଡ଼ଙ୍କ ମୃତ୍ୟୁ ସଂପର୍କରେ ଗତ ବୁଧବାର ଦିନ ପ୍ରଥମେ ପୋଲିସ୍ ଖବର ପାଇଥିଲା । ପରେ ଛାନଭିନ୍ କରିଥିଲା ପୋଲିସ୍ । ଏହାପରେ ପୋତା ଯାଇଥିବା ଗାତକୁ ମାଙ୍କଡ଼ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପଶୁ ଡାକ୍ତରମାନଙ୍କ ଦ୍ୱାରା ଏହି ମୃତଦେହ ଗୁଡିକର ପୋଷ୍ଟମର୍ଟମ କରାଯାଇଛି । ଏବେ ସଂପୃକ୍ତ ଖାଦ୍ୟ ନିଗମ କର୍ମଚାରୀଙ୍କ ବିରୋଧରେ କେଶ୍ ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking