14.1 C
Bhubaneswar
Monday, December 8, 2025
Homeଓଡିଶାନୂଆପଡ଼ାରେ ବିଜେଡି ପ୍ରତି ବଢ଼ୁଛି ଜନତାଙ୍କ ଆସ୍ଥା; ସ୍ନେହାଙ୍ଗିନୀଙ୍କୁ ମିଳୁଛି ବିଜୟ ପ୍ରତିଶ୍ରୁତି

ନୂଆପଡ଼ାରେ ବିଜେଡି ପ୍ରତି ବଢ଼ୁଛି ଜନତାଙ୍କ ଆସ୍ଥା; ସ୍ନେହାଙ୍ଗିନୀଙ୍କୁ ମିଳୁଛି ବିଜୟ ପ୍ରତିଶ୍ରୁତି

ନୂଆପଡ଼ା: ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ନୂଆପଡ଼ାରେ ନିର୍ବାଚନୀ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି । ଗୁରୁବାର ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନୁଆପଡା ବ୍ଲକ ଅଧୀନସ୍ଥ କୋଡୋମେରୀ, ଭୋଇରବାଡ଼ି, ସାଲିହା ଓ ଆମସେନାରେ ପଞ୍ଚାୟତରେ ପ୍ରଚାର ପାଇଁ ପହଞ୍ଚି ଥିବା ବେଳେ ସ୍ଥାନୀୟ ଜନତା ତାଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ସହିତ ପାଛୋଟି ନେଇଥିଲେ । ଏହି ଅବସରରେ ଆୟୋଜିତ ଜନସଭାରେ ଶ୍ରୀମତୀ ଛୁରିଆ ଯୁବ ଓ ଛାତ୍ର ଗୋଷ୍ଠୀଙ୍କ ସମେତ ମହିଳା, କୃଷକ, ଆଦିବାସୀ ଓ ଦଳିତ ବର୍ଗ ଏବଂ ଶ୍ରମିକମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ । ସ୍ଥାନୀୟ ବାସିନ୍ଦା ମୁଖ୍ୟତଃ କୃଷି, ଜଙ୍ଗଲ ଓ ଛୋଟମୋଟ ବ୍ୟବସାୟ ଉପରେ ନିର୍ଭର କରୁଥିବା ବେଳେ ଆଗକୁ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ନିରନ୍ତର ଉଦ୍ୟମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । କେବଳ ସେମାନଙ୍କ ଜୀବନ ଜୀବିକା ନୁହେଁ, ମୌଳିକ ସୁବିଧା ସୁଯୋଗ ସୁନିଶ୍ଚିତ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ନୂଆପଡ଼ାରେ ବିଜେଡି ଜିତିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଦୃଷ୍ଟିଭଙ୍ଗି ନେଇ କାମ କରିବେ ବୋଲି ସ୍ଥାନୀୟ ଲୋକଙ୍କୁ ଶ୍ରୀମତୀ ଛୁରିଆ ଆଶ୍ୱାସନା ଦେଇଥିଲେ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ହୋଇଥିବା ଉନ୍ନୟନ ଓ ସମୃଦ୍ଧି ଯାତ୍ରାକୁ ଅବିରତ ଜାରି ରଖିବା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବା ଲାଗି ଚାରି ପଞ୍ଚାୟତର ବାସିନ୍ଦା ସହମତି ପ୍ରକାଶ କରିଥିଲେ । ସେମାନେ କହିଥିଲେ ଯେ ନବୀନ ବାବୁଙ୍କ ଶାସନ କାଳରେ ଯେଉଁ ସବୁ ବିକାଶମୂଳକ କାର୍ଯ୍ୟ ହୋଇଛି ତାହା ଆଗକୁ ମଧ୍ୟ ଜାରି ରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ।

ଆଜି ଶ୍ରୀମତୀ ଛୁରିଆ ଚୁହୁରି, ଭୋଇରବାଡ଼ି, ସରେଇପାଲି, ମାଗୁରପାଣି ହାଟ, ଝାଲବାହାଲ, ଆମସେନା, ଚନାବେଡା ଗ୍ରାମରେ ଆୟୋଜିତ ଜନସଭାରେ ପ୍ରଚାର କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼ଃ ଅରୁଣ ସାହୁ କହିଥିଲେ ଯେ ନୂଆପଡ଼ାର ଲୋକମାନେ ଅତୀତରେ ବିଜେଡିକୁ ଅସାଧାରଣ ସମର୍ଥନ ଦେଇଛନ୍ତି ଏବଂ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାକୁ ଯେତେବେଳେ ଆସିବେ, ଏହି ସମର୍ଥନ ମହାଦ୍ରୁମରେ ପରିଣତ ହେବ । ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ଜିତିବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟୁକୁନି ସାହୁ, ନିରଞ୍ଜନ ପୂଜାରୀ, ରୀତା ସାହୁ, ରମେଶ ମାଝୀ, ପ୍ରଦୀପ ସାହୁ, ନିହାର ରଞ୍ଜନ ବେହେରା, ପ୍ରଶାନ୍ତ ବେହେରା ଓ ସାରଦା ଜେନା ପ୍ରମୁଖ ବରିଷ୍ଠ ନେତା ଉପସ୍ଥିତ ରହି ନବୀନ ବାବୁଙ୍କ ପୂର୍ବପରି ଆଶୀର୍ବାଦ କରିବା ପାଇଁ ଆହ୍ୱାନ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking