25.1 C
Bhubaneswar
Monday, December 8, 2025
Homeଓଡିଶାଜନସାଧାରଣ ନିର୍ଣ୍ଣୟ କରିବେ ଫଳାଫଳ: ମନମୋହନ

ଜନସାଧାରଣ ନିର୍ଣ୍ଣୟ କରିବେ ଫଳାଫଳ: ମନମୋହନ

ନୂଆପଡା: ନୂଆପଡା ଉପନିର୍ବାଚନକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,   ଫଳାଫଳ କଣ ହେବ ଲୋକ ନିର୍ଣ୍ଣୟ ନେବେ। ନବୀନଙ୍କ ପଦଯାତ୍ରା ଦ୍ୱାରା  ବିଜେପିକୁ ଫରକ ପଡିବକି ନାହିଁ  ତାହା ସାଧାରଣ ଲୋକ ବିଚାର କରିବେ । ଆମ ସରକାର ୧୧ ବର୍ଷ  ହେଲା   କେନ୍ଦ୍ରରେ କଣ କରିଛି ଓ ୧୫ ମାସ  ହେଲା  ରାଜ୍ୟରେ କଣ କାମ କରିଛି ତାହା ଆମେ  କହିବୁ। ବିଜେଡି ୨୪ ବର୍ଷ ଭିତରେ କଣ କରିଛି ଓ କଂଗ୍ରେସ ୪୦ ବର୍ଷ ଭିତରେ କଣ କରିଛି କହିବ ।  ଅନ୍ୟପଟେ  ସୁଆଣ୍ଡୋରୁ ଆରମ୍ଭ ହେବ ବିଜେଡିର ପଦଯାତ୍ରା । ୯ତାରିଖରେ ଶୁଭାରମ୍ଭ କରିବେ ନବୀନ ପଟ୍ଟନାୟକ । ସରକାରଙ୍କ ବିଫଳତାକୁ ନେଇ  ଲୋକଙ୍କ ସାମ୍ନାକୁ ଆଣିବ ବିଜେଡି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ନୂଆପଡା ଉପନିର୍ବାଚନ ନେଇ  ଆହୁରି କହିଛନ୍ତି, ୪୦ରୁ ୫୦ ହଜାର ଭୋଟରେ ଜିତିବ ବିଜେଡି। ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ସେ ଜିତିବେ । ପ୍ରାର୍ଥୀ କିଏ ହେବେ ଖୁବଶୀଘ୍ର ସଭାପତି ଘୋଷଣା କରିବେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking