22.1 C
Bhubaneswar
Monday, March 23, 2026
Homeଦେଶ ବିଦେଶମେଲୋଡ଼ି ଦେଖୁଥିଲେ ଲୋକେ ; ହଠାତ୍ ଭୁଶୁଡ଼ିଲା ଛାତ

ମେଲୋଡ଼ି ଦେଖୁଥିଲେ ଲୋକେ ; ହଠାତ୍ ଭୁଶୁଡ଼ିଲା ଛାତ

ବିହାର : ମେଲୋଡ଼ି ଦେଖୁଥିଲେ ହଠାତ୍ ଭୁଶୁଡ଼ିଲା ଛାତ । ବିହାରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶହ ଶହ ଲୋକ ଏକ ଟିଣ ଛାତ ଉପରେ ବଶି ମେଲୋଡ଼ି ଦେଖିବା ସମୟରେ ଏହି ଅଘଟଣ ଘଟିଛି । ଫଳରେ ଏକାଧିକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବିହାର ଛପରରେ ଚାଲିଥିବା ମହାବୀର ମେଳା ସମୟରେ ଏହି ଦୁର୍ଘଟଣା ଘଟିଛି। ମେଳାରେ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଗତକାଲି ରାତିରେ ହଜାର ହଜାର ଦର୍ଶକ ମେଲୋଡି ଦେଖିବାକୁ ଉପସ୍ଥିତ ହୋଇଥିଲେ। ମେଲୋଡ଼ିକୁ ଏତେ ଲୋକ ଆସିଥିଲେ ଯେ, ଲୋକଙ୍କୁ ଛିଡ଼ା ହେବାକୁ ବି ଜାଗା ମିଳିନଥିଲା। ଫଳରେ ଶହ ଶହ ଲୋକ ଏକ ଟିଣ ଛାତ ଉପରେ ବଶି ମେଲୋଡିର ମଜା ନେଉଥିଲେ। ଏପରିକି କିଛି ମଧ୍ୟ ଗଛରେ ଚଢି ମେଲୋଡି ଦେଖୁଥିଲେ। ଏହି ସମୟରେ ହଠାତ୍ ଟିଣ ଛାତଟି ଭୁଶୁଡ଼ି ତଳେ ଥିବା ଲୋକଙ୍କ ଉପରେ ପଡ଼ିଥିଲା। ଏଥିସହ ଛାତ ଉପରେ ବଶିଥିବା ଲୋକେ ମଧ୍ୟ କଚ୍ଚାଡ଼ି ହୋଇ ତଳେ ପଡ଼ିଥିଲେ। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଛାତ ଭୁଶୁଡ଼ି ପଡିବା ସମୟର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking