24.1 C
Bhubaneswar
Sunday, December 7, 2025
Homeଓଡିଶାଲୋକ ପରିବର୍ତ୍ତନ ଚାହୁଁଥିଲେ: ମନମୋହନ

ଲୋକ ପରିବର୍ତ୍ତନ ଚାହୁଁଥିଲେ: ମନମୋହନ

ଭୁବନେଶ୍ୱର: ନୂଆପଡାରେ ଲୋକେ ପରିବର୍ତ୍ତନ ଚାହୁଁଥିବା କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହା ସହ ସେ ଆହୁରି କହିଛନ୍ତି ଯାହାର ପ୍ରତିଫଳନ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି । ନୂଆପଡା ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ । ଶିଳ୍ପ, କଳକାରଖାନା ନାହିଁ, ଜଳସେଚନର ବ୍ୟବସ୍ଥା ହୋଇନି । ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକେ ପରିବର୍ତ୍ତନ ଚାହିଁଛନ୍ତି । କଂଗ୍ରେସର ଆରୋପ ନେଇ ମଧ୍ୟ ରଖିଲେ ପ୍ରତିକ୍ରିୟା । କହିଲେ ଆମେ ବହୁବାର ହାରିଛୁ, ମାତ୍ର ଏପରି ଅଭିଯୋଗ କରିନାହୁଁ । ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ ବିରୋଧୀ । ଅନ୍ୟପଟେ ନୂଆପଡାରେ ବଡ ବିଜୟ ପଥରେ ଅଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୧୪ ରାଉଣ୍ଡ ସୁଦ୍ଧା ୪୬ ହଜାର ୭୧୩ ଭୋଟରେ ଆଗୁଆ ଜୟ ଢୋଲକିଆ । ୧୪ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୬୮,୫୬୪ ଭୋଟ ମିଳିଛି । ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୧, ୮୫୧ ଭୋଟ ମିଳିଛି । ତୃତୀୟ ସ୍ଥାନରେ ଘାସିରାମଙ୍କୁ ୨୧, ୪୬୦ ଭୋଟ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking