ଜୟପୁର: ରାଜସ୍ୱ ନିରୀକ୍ଷକଙ୍କୁ ପାଠ ପଢାଇଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଜମି ଜବର ଦଖଲ ନେଇ ଆରଆଇଙ୍କ ଉପରେ ଉଦ୍ବେଗ ପ୍ରକାଶ କଲେ ମନ୍ତ୍ରୀ । କଥା ଛଳରେ ମନ୍ତ୍ରୀ କହିଛନ୍ତି ଯେ ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି । ସେହିପରି ବେଆଇନ ଜମି ଜବରଦଖଲ ଆରଆଇଙ୍କ ଅଜାଣତରେ ହୁଏନି । ଜମି ଜବରଦଖଲ ରୋକିବା ଗୁରୁଦାୟିତ୍ୱ ତହସିଲଦାରଙ୍କ ଅପେକ୍ଷା ଆରଆଇଙ୍କର । ଆପଣଙ୍କ କଲମ ହିଁ ଆପଣଙ୍କ ପରିଚୟ । ଅବ୍ୟବହୃତ ସରକାରୀ କ୍ୱାର୍ଟର୍ସ ରାଜ୍ୟରେ ବିକାଶରେ ବ୍ୟବହାର ହେବ ।









