ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ପଡ଼ିଆ ନିକଟରେ ଡାଲାଅଟୋରେ ଶବରଖି ଜାତୀୟ ରାଜପଥ ଅବରୋଧ କରିଥିଲା ବରମୁଣ୍ଡା ଗ୍ରାମବାସୀ । ରାସ୍ତା ଅବରୋଧ ଯୋଗୁଁ ଦିର୍ଘ ୨ ଘଣ୍ଟା ଧରି ରାସ୍ତାରେ ଲାଗି ରହିଥିଲା ଭିଡ । ଏହା ଦ୍ୱାରା ଜାତୀୟ ରାଜପଥରେ ଜାତାୟତ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଥିଲା । ଘଟଣା ସ୍ଥାଳରେ ପୁଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝା ସୁଝା କରି ରାସ୍ତାରୁ ଭିଡ ଆୟତ କରିଥିଲା । ସୂଚନାଯୋଗ୍ୟା ଯେ, ଗତ ୧୭ ତାରିଖରେ ବରମୁଣ୍ଡା ଗ୍ରାମର ନବଘନ ପାଟ୍ଟଶାଣୀ । ବରମୁଣ୍ଡାରୁ ନିଜ ଫର୍ଚୁନର କାର ଯୋଗେ ବରମୁଣ୍ଡା ବଜାରକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ । ବିଳମ୍ୱ ହେବାରୁ ପରିବାର ଲୋକେ ପ୍ରଥମେ ଖଣ୍ଡଗିରି ଓ ପରେ ଭରତପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ବାଙ୍କାଙ୍କୁ ଖୋଜୁ ଖୋଜୁ ହଠାତ ପରିବାର ଲୋକେ ତାଙ୍କ ଫର୍ଚୁନର କାର ଦେଖିବାକୁ ପାଇଥିଲେ । ଜଣେ ବ୍ୟକ୍ତି ଏହି ଫର୍ଚୁନର କାରଟିକୁ ଚଲାଉଥିବା ଦେଖିବାକୁ ପାଇଥିଲେ । ଉକ୍ତ ବ୍ୟକ୍ତିକୁ କାବୁ କରି ଭରତପୁର ଥାନାରେ ଜିମା ଦେଇଥିଲେ ପରିବାର ଲୋକେ । ହେଲେ ପୁଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରି ଛାଡି ଦେଇଥିଲା । ଆଉ ତାର କିଛି ଦିନ ପରେ ଅର୍ଥାତ ଗତ ୨୦ ତାରିଖରେ ନବଘନଙ୍କ ମୃତଦେହ ନିଆଳି ସ୍ଥିତ ଗୋବିନ୍ଦପୁର ଥାନା ଅଧିନ କନ୍ଦଳ ନଦୀର ଉରାଡ଼ ଠାରୁ ମିଳିଥିଲା । ମୁଣ୍ଡରେ ଓ ବେକରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା । ଗୋବିନ୍ଦପୁର ପୁଲିସ ଘଟଣାର ତଦନ୍ତ କରି ପରିଚୟ ନପାଇବାରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଷ୍ଟମର୍ଟମ କରିବା ପରେ, ମୃତଦେହକୁ ପୋତି ଦେଇଥିଲା । ଆଙ୍ଗୁଠିରେ ପିନ୍ଧିଥିବା ଏକ ତମ୍ବା ମୁଦିକୁ ଦେଖି ମୃତଦେହ ଚିହ୍ନଟ କରିଥିଲେ ପରିବାର ଲୋକ । ମୃତ ଦେହରେ କ୍ଷତ ଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଟଙ୍କା କାରବାରକୁ ନେଇ ତାଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରି ଥାଇପାରେ ବୋଲି କହିଛନ୍ତି ପରିବାର ସଦସ୍ୟ । ନବଘନ ପାଟ୍ଟଶାଣୀ ଓରଫ ବାଙ୍କା ପେଶାରେ ଜଣେ ବିଲଡର ଥିଲା । ଗାଡି ବନ୍ଧକ ରଖି ନବଘନ କିଛି ଟଙ୍କା ଧାର ନେଇଥିବା ପୁଲିସ ଜାଣିବାକୁ ପାଇଥିଲା । ଏପଟେ ପରିବାର ଲୋକେ ଅଧିକ ଖୋଜାଖୋଜି କରିବା ପରେ ସେହି ମୃତଦେହଟି ନବଘନଙ୍କର ବୋଲି ଜାଣିବାକୁ ପାଇଥିଲେ । ଆଙ୍ଗୁଠିରେ ପିନ୍ଧିଥିବା ଏକ ତମ୍ବା ମୁଦିକୁ ଦେଖି ସେ ମୃତଦେହ ଚିହ୍ନଟ କରିଥିଲେ । ଏବେ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଟଙ୍କା କାରବାର କୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ଦେଇଛନ୍ତି ପରିବାର ଲୋକେ ।