26.1 C
Bhubaneswar
Thursday, March 26, 2026
Homeଓଡିଶାପୁଲିସ୍‌ ଉପରେ ଆକ୍ରମଣ କଲେ ଲୋକେ

ପୁଲିସ୍‌ ଉପରେ ଆକ୍ରମଣ କଲେ ଲୋକେ

ଭଦ୍ରକ : ପୁଲିସ୍‌ ଉପରେ ଆକ୍ରମଣ କଲେ ଲୋକେ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଚୁଡାକୁଟି ବଜାରରେ ଘଟିଛି ଏଭଳି ଘଟଣା । ଏଥିରେ ଦୁଇ ଜଣ ପୁଲିସ୍‌ ଗୁରୁତର ହୋଇଥିବା ବେଳେ ଆକ୍ରମଣ ଘଟଣାରେ ଜଣଙ୍କୁ ଉଠାଇ ନେଇଛି ପୁଲିସ୍‌।ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଧାମନଗର ଥାନାର ଏଏସଆଇ ଓ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଉଭୟଙ୍କୁ ଉଦ୍ଧାର କରି ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ଧାମନଗରରେ ଏକ ଗଣ୍ଡଗୋଳ ଘଟଣା ଘଟିଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ କରିବା ନିମନ୍ତେ ପୁଲିସ୍‌ ଆଜି ଚୁଡାକୁଟି ବଜାରରେ ପହଞ୍ଚିଥିଲା। ସେଠାରେ ପୁଲିସ୍‌ ପ୍ରକୃତ ଅଭିଯୁକ୍ତଙ୍କ ବଦଳରେ ଭୁଲବଶଃତ ଆଉ ଜଣଙ୍କୁ ଉଠାଇ ନେଉଥିଲା।ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବାରୁ ସେମାନେ ପୁଲିସ୍ ସହ ମୁହାଁମୁହିଁ ହୋଇଥିଲେ। ଲୋକଙ୍କ ଆକ୍ରମଣରେ ଜଣେ ଏଏସଆଇ ଓ ଅନ୍ୟ ଜଣେ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଏହି ଆକ୍ରମଣ ଘଟଣାରେ ପୁଲିସ୍‌ ଜଣଙ୍କୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking