21.1 C
Bhubaneswar
Tuesday, February 10, 2026
Homeଓଡିଶାସରକାରୀ ଦପ୍ତରରେ କାର୍ଯ୍ୟ ପାଇଁ ଲୋକେ ହତାଶ; ଅଭିଯୋଗ କଲେ ବାବୁମାନେ ଶୁଣୁନାହାନ୍ତି ଗୁହାରୀ

ସରକାରୀ ଦପ୍ତରରେ କାର୍ଯ୍ୟ ପାଇଁ ଲୋକେ ହତାଶ; ଅଭିଯୋଗ କଲେ ବାବୁମାନେ ଶୁଣୁନାହାନ୍ତି ଗୁହାରୀ

ତାଳଚେର: ତାଳଚେରରେ ଥିବା ବିଭିନ୍ନ ସରକାରୀ ଦପ୍ତର ଗୁଡ଼ିକରେ କିପରି କାର୍ଯ୍ୟ ହେଉଛି ଓ ଲୋକେ କେତେ ଉପକୃତ ହେଉଛନ୍ତି ତାହାର ସମୀକ୍ଷା କରିବ କିଏ? ଏସମ୍ପର୍କରେ ଯଦି ଗଣମାଧ୍ୟମ ପ୍ରତିନିଧିଙ୍କର କିଛି ଦାୟୀତ୍ୱ ଲୋକଙ୍କ ପାଇଁ ରହିଛି ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ବାବୁମାନଙ୍କୁ କିଛି ପଚାରିଲେ ସେମାନେ ନାଲି ଆଖି ଦେଖାଇବା ସହ ସେଭଳି କିଛି ସନ୍ତୋଷ ଜନକ ଉତ୍ତର ପ୍ରଦାନ କରୁଥିବା ଦୃଷ୍ଟିକୁ ଆସୁନାହିଁ। ଏହାର ମୁଖ୍ୟକାରଣ ଜିଲ୍ଳା ପ୍ରଶାସସନ ଠାରୁ ଆରମ୍ଭକରି ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଗୋଟିଏ ନୌକାରେ ନାବିକ ହୋଇଥିବା ବେଳେ ଲୋକଙ୍କ ଅଭିଯୋଗ ଶୁଣିବା ତ ଦୂରର କଥା ଗଣମାଧ୍ୟମ ପ୍ରତିନିଧିଙ୍କ କଥା ପଚାରେ କିଏ? ଏହାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି। ଏହାର ଉଦାହରଣ ନିଆଯାଇପାରେ ତାଳଚେର ତହସିଲ କାର୍ଯ୍ୟାଳୟ। ଏହି କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଲୋକେ ଖର୍ଚ୍ଚାନ୍ତ ହୋଇ ଆସିଥାନ୍ତି। ମାତ୍ର ସେମାନଙ୍କର କାର୍ଯ୍ୟ କେତେ ଦିନ ଓ କେତେ ଟଙ୍କା ହାତଗୁଞ୍ଜା ଦେଲେ ହୋଇଥାଏ ତାହା ଭୂକ୍ତଭୋଗୀ ହିଁ କହି ପାରିବ।

ବିଭିନ୍ନ ଜମିଜମା ସଂକ୍ରାନ୍ତ, ଗଣ୍ଡାଗୋଳ, ଚୋରୀ ବିଭିନ୍ନ ମାମଲା ନେଇ ସର୍ବସାଧାରଣ ଲୋକଟିଏ ଥାନା ବାବୁଙ୍କୁ ଭରଷା କରି ଦୌଡ଼ି ଆସିଥାଏ। ମାତ୍ର ସେମାନେ ଥାନାରୁ କେତେ ନ୍ୟାୟ ଓ ବ୍ୟବହାର ପାଇଥାନ୍ତି ତାହା ଚର୍ଚ୍ଚାର ମୁଖ୍ୟବିନ୍ଦୁ ପାଲଟିଥାଏ। ସରକାର ସ୍ୱଚ୍ଛଶାସନ ଯେଗାଇଦେବା ନେଇ କହି ଆସୁଥିବା ବେଳେ ଏହାର ବାସ୍ତବ ଚିତ୍ର ସମୀକ୍ଷା କରିବ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିଭଳି ତାଳଚେର ତାଳବେଡ଼ା ଗ୍ରାମ ଠାରୁ ଆରମ୍ଭ କରି ବହ୍ଲର ପର୍ଯ୍ୟନ୍ତ ୧୪୯ ନମ୍ବର ଜାତୀୟ ରାଜପଥ ନିର୍ମାଣକୁ ନେଇ ଏନ୍‌ଏଚ୍‌ଆଇ କାର୍ଯ୍ୟାଳୟ ପକ୍ଷରୁ ଏବେ ଘର ଛାଡ଼ିବା ପାଇଁ ଡ଼ାକବାଜିଯନ୍ତ୍ର ଓ ନୋଟିସ୍ ମାଧ୍ୟମରେ ତାଗିଦ୍ କରାଯାଉଛି। ୧୪୯ନମ୍ବର ଜାତୀୟ ରାଜପଥକୁ ପ୍ରଶସ୍ତିକରଣ କରିବା ନେଇ ପୂର୍ବରୁ ଯେଉଁ ସର୍ଭେ କରାଯାଇଛି ତାହା କେତେ ସଠିକ ତଦନ୍ତ ସାପେକ୍ଷ। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ତାଳଚେର ଏନ୍‌ଏଚ୍‌ଆଇ ବିଭାଗର ଜମି ଅଧିଗ୍ରହଣ ସଂକ୍ରାନ୍ତରେ।

କିନ୍ତୁ କ୍ଷତିଗ୍ରସ୍ତ ପ୍ରଜାଟି ତାର କେତେ ନ୍ୟାୟ ପାଉଛି ଓ କିଭଳି ନ୍ୟାୟ ଦିଆଯାଉଛି ତାହା ଅଫିସରେ ରହିଥିବା ମାଳମାଳ ଅଭିଯୋଗ ପତ୍ର ଓ କୋର୍ଟରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ମମାଲାରୁ ହିଁ ସ୍ପଷ୍ଟ ପ୍ରମାଣିତ। କୌଣସି ବ୍ୟକ୍ତି ଅଭିଯୋଗ ପତ୍ର ଦାଖଲ କଲେ ମଧ୍ୟ ତାଙ୍କୁ ଏଅଫିସରୁ ସେ ଅଫିସ୍ ଚକ୍କର କାଟିବାକୁ ପଡ଼ୁଛି ଏବଂ ଏହାକୁ କର୍ଣ୍ଣପାତ କରୁ ନାହନ୍ତି ବୋଲି ରାଜପଥରେ ଜମି ହରାଉଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ଲୋକ ଏହା ମଧ୍ୟ କହୁଛନ୍ତି କି, ଯଦି ସରକାରଙ୍କ ସରକାରୀ ବାବୁମାନେ ଲୋକଙ୍କ ଗୁହାରୀ କର୍ଣ୍ଣପାତ ନକରିବେ ତେବେ ସେମାନେ କହିବେ କାହାକୁ ବୋଲି ପ୍ରଶ୍ନ ମଧ୍ୟ କରୁଛନ୍ତି। ଏହି ଜମି ଅଧିଗ୍ରହଣ ପାଇଁ ତହସିଲ କାର୍ଯ୍ୟାଳୟ ମୁଖ୍ୟ ହୋଇଥିବା ବେଳେ ତହସିଲ ବାବୁ ଭାୟାମାନେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ କେତେ ନ୍ୟାୟ ପ୍ରଦାନ କରୁଛନ୍ତି ତାହା ଜଣେ କ୍ଷତିଗ୍ରସ୍ତ ପ୍ରଜାହିଁ ସ୍ପଷ୍ଟ କହିପାରିବ। ଏପରିସ୍ଥଳେ କ୍ଷତିଗ୍ରସ୍ତ ପ୍ରଜାମାନେ କିପରି ନ୍ୟାୟ ପାଇବେ ଏଥିରୁ ସରକାରୀ ବାବୁଙ୍କର କାର୍ଯ୍ୟ ଦକ୍ଷତା ଓ ସରକାରଙ୍କର ନୀୟମାବଳୀ ସନ୍ଦେହ ଘେରକୁ ଟାଣି ନେଉଛି। ତେଣୁ ରାଜ୍ୟ ସରକାର, ସଡ଼କ ପରିବହନ ମନ୍ତ୍ରୀ ଓ ଅନୁଗୁଳ ଜିଲ୍ଳାପାଳ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking