ଗଜପତି: ଆର. ଉଦୟଗିରି. ଆରଡବ୍ଲ୍ୟୁଏସଏସ ବିଭାଗୀୟ ଯନ୍ତ୍ରୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ପାଣି ବଦଳରେ ପିଅନ ପରିସ୍ରା ପିଆଇ ଦେଇଥିବା ଯନ୍ତ୍ରୀ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଘଟିଛି । ଆର . ଉଦୟଗିରି ଥାନାରେ ଯନ୍ତ୍ରୀଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି । ଗତ ୨୩ ତାରିଖ ରାତିରେ ପାଣି ବଦଳରେ ପରିସ୍ତା ଦେଇଥିବା ଅଭିଯୋଗ ହୋଇଛି । ଯନ୍ତ୍ରୀ ଜଣକ ଜାଣି ନପାରି ପରିସ୍ରା ପିଇ ଦେବାରୁ ଅସୁସ୍ଥ ହୋଇପଡିଥିଲେ । ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ପରେ ଥାନାରେ ଯନ୍ତ୍ରୀ ଅଭିଯୋଗ କରିଛନ୍ତି ।









