27.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶପ୍ରେମିକର ଧୋକ୍କା ସହି ନପାରି ଜୀବନ ହାରିଲା ପେମିକା

ପ୍ରେମିକର ଧୋକ୍କା ସହି ନପାରି ଜୀବନ ହାରିଲା ପେମିକା

ଭୁବନେଶ୍ୱର: ୩ ଦିନ ତଳେ ପ୍ରେମିକ ପାଇଁ ପାଳିଥିଲେ କୁମାର ପୂର୍ଣ୍ଣିମା । ଦିନସାରା ଉପାସ ରହିବା ପରେ ସନ୍ଧ୍ୟାରେ ଜହ୍ନକୁ ଆଞ୍ଜୁଳା ଟେକି ପୂଜା କରିଥିଲେ । ପ୍ରେମିକକୁ ଜୀବନସାଥୀ କରିବେ ଭାବି ତାଙ୍କ ଦୀର୍ଘାୟୁ କାମନା କରିଥିଲେ । କିନ୍ତୁ ସେହି ପ୍ରେମିକର ବ୍ଲାକମେଲିଂ ତାଙ୍କ ଜୀବନ ନେଲା । ପ୍ରେମିକର ଧୋକ୍କା ସହିନପାରି ଶେଷରେ ରଶ୍ମିତା ଦାସ ଜୀବନ ହାରିଥିବା ପୁଲିସ ତଦନ୍ତରୁ ଜଣାପଡିଛି। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ରୁଜୁ କରିବା ସହ ଅଭିଯୁକ୍ତ ପ୍ରେମିକ ଅଜିତ ଦାସକୁ ଗିରଫ କରିଛି। ଅଜିତର ଘର ଜଗତ୍‌ସିଂହପୁର ସଦେଈପୁର । ପୁଲିସ ତାକୁ ଗତକାଲି ରାତିରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଗିରଫ କରିଛି । ତା’ଠାରୁ ଏକ ମୋବାଇଲ ଫୋନ ଜବତ କରାଯାଇଛି ।

ପୁଲିସ ତା’ ବିରୋଧରେ ପ୍ରବଞ୍ଝନା, ଛଦ୍ମବେଶରେ ଠକେଇ, ବିବାହର ମିଥ୍ୟା ପ୍ରତିଶ୍ରୁତି ଓ ଆତ୍ମହତ୍ୟା ପାଇଁ ଉସ୍‌କେଇବା ଭଳି ଦଫା ଲଗାଇଛି । ପଚରାଉଚରା ସମୟରେ ସେ ନିଜ ଅପରାଧ ସ୍ୱୀକାର କରିଛି। ପୁଲିସ କହିବା ମୁତାବକ, ୪ ବର୍ଷ ତଳେ ଉଭୟଙ୍କ ପ୍ରେମ ଜଗତ୍‌ସିଂହପୁରରେ ଆରମ୍ଭ ହୋଇଥିଲା । ଅଜିତ୍ ରଶ୍ମିତାଙ୍କ ମନରେ ବିବାହର ବିଶ୍ୱାସ ଜନ୍ମାଇ ଶାରୀରିକ ସମ୍ପର୍କ ରଖିଥିଲା । ରଶ୍ମିତାଙ୍କ ସରଳତାର ସୁଯୋଗ ନେଇ ଅଜାଣତରେ କିଛି ଗୁପ୍ତ ଫଟୋ ତଥା ଭିଡିଓ ନିଜ ମୋବାଇଲ ଫୋନରେ ରଖିଥିଲା । ଅଜିତ୍ ଚାକିରି ପାଇଁ ଆସାମ ପଳାଇଥିଲା । ରଶ୍ମିତା ଚାକିରି ସନ୍ଧାନରେ ୬ ମାସ ତଳେ ଭୁବନେଶ୍ୱର ଆସିଥିଲେ । ଏକ ଘରୋଇ ସଂସ୍ଥାରେ ଚାକିରି ପାଇଥିଲେ । କିନ୍ତୁ ଏ ଚାକିରି ଅଜିତ ମନକୁ ପାଉନଥିଲା । ଏକ ନାମୀ ସଂସ୍ଥାରେ ଚାକିରି କରାଇଦେବା ଲୋଭ ଦେଖାଇ ରଶ୍ମିତାଙ୍କଠାରୁ ସେ ଏକ ଲକ୍ଷ ଟଙ୍କା ନେଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking