18.1 C
Bhubaneswar
Saturday, December 6, 2025
Homeଓଡିଶାରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ଅଧ୍ୟକ୍ଷକଙ୍କ ଦକ୍ଷିଣ ଓଡ଼ିଶା ଗସ୍ତ

ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ଅଧ୍ୟକ୍ଷକଙ୍କ ଦକ୍ଷିଣ ଓଡ଼ିଶା ଗସ୍ତ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏବଂ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଳୁଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଚାରୋଟି ଜିଲ୍ଲାକୁ ଗସ୍ତ କରିବାର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଅଛି । ସୂଚନା ଅନୁଯାୟୀ ଆଇନଜୀବି ଶ୍ରୀ ମଲ୍ଲିକ ଆସନ୍ତା କାଲି ନବରଙ୍ଗପୁର ଠାରେ ଏକ ଅନୁସୂଚିତ ଜାତି କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗଦେବେ । ତାପରେ ଆସନ୍ତା ବୁଧବାର ଦିନ ମାଲକାନଗିରି ଜିଲ୍ଲା, ଗୁରୁବାର ଦିନ କୋରାପୁଟ ଜିଲ୍ଲା ଓ ଶୁକ୍ରବାର ଦିନ ରାଉରକେଲା ସାଂଗଠନିକ ଜିଲ୍ଲା ଗସ୍ତକରି ବିଭିନ୍ନ ଜିଲ୍ଲାର ଅନୁସୂଚିତ ଜାତି କଂଗ୍ରେସ କର୍ମକର୍ତ୍ତାମାନଙ୍କୁ ସାକ୍ଷାତ କରିବେ ଓ ବିଭିନ୍ନ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସଭାରେ ଯୋଗଦେବେ। ରାଜ୍ୟରେ ବିଜେପି ସରକାର ଆସିବାପରେ ଗତ ୧ ବର୍ଷ ମଧ୍ୟରେ ଅନୁସୂଚିତ ଜାତିର ଲୋକମାନେ ସବୁଠାରୁ ଅଧିକ ଉତ୍ପୀଡ଼ନର ଶିକାର ହୋଇଅଛନ୍ତି । ରାଜ୍ୟରେ ମହିଳା ନିର୍ଯାତନା, ଦଳିତ ନିର୍ଯାତନା ଓ ଆଦିବାସୀ ଉତ୍ପୀଡ଼ନ ବହୁ ସଂଖ୍ୟାରେ ବୃଦ୍ଧି ପାଇଥିବାରୁ ବିଭାଗ ତରଫରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ କରିବାପାଇଁ ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସକୁ ପ୍ରସ୍ତୁତ କରିବାପାଇଁ ଉକ୍ତ ସଭାମାନଙ୍କରେ ଆଇନଜିବୀ ଶ୍ରୀ ମଲ୍ଲିକ ପ୍ରସ୍ତୁତି କରାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking