15.1 C
Bhubaneswar
Wednesday, December 17, 2025
Homeଓଡିଶାନନ୍ଦିନୀ ଶତପଥୁଙ୍କୁ ପିସିସି ପକ୍ଷରୁ ଶ୍ରଦ୍ଧାଞ୍ଜଳି

ନନ୍ଦିନୀ ଶତପଥୁଙ୍କୁ ପିସିସି ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱ: ଓଡ଼ିଶାର ପୂର୍ବତନ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ପୂର୍ବତନ ସଭାପତି ସ୍ବର୍ଗତା ନନ୍ଦିନୀ ଶତପଥୀଙ୍କ ୯୪ ତମ ଜୟନ୍ତୀ ଅବସରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତୃବର୍ଗ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀଯୁକ୍ତ ଦାସ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓ କର୍ମୀଙ୍କ ସହ ଭୁବନେଶ୍ୱରରେ ଥ‌ିବା ନନ୍ଦିନୀ ଶତପଥଙ୍କ ପ୍ରଭିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶ୍ରୀଯୁକ୍ତ ଦାସ ନନ୍ଦିନୀ ଶତପଥଙ୍କ ସ୍ମୃତି ଚାରଣ କରି କହିଥିଲେ ଯେ କଂଗ୍ରେସ ଦଳ ବିଶେଷକରି ଓଡ଼ିଶା ପାଇଁ ନନ୍ଦିନୀ ଶତପଥ୍ ବହୁ ଜନମଙ୍ଗଳ କାର୍ଯ୍ୟ କରିଯାଇଛନ୍ତି। ମୁଁ କେନ୍ଦ୍ର ମନ୍ତ୍ରୀ ଥିଲାବେଳେ ତାଙ୍କୁ ଅନେକଥର ସାକ୍ଷାତ କରି ବହୁ ପ୍ରସଙ୍ଗରେ ଆଲୋଚନା କରିଛି। ନନ୍ଦିନୀ ଶତପଥୀଙ୍କୁ ଓଡ଼ିଶାରେ ବହ୍ନି କନ୍ୟା ବା ଲୌହମାନବୀ ଭାବରେ ଜାଣନ୍ତି। ଓଡ଼ିଶାକୁ ଆଜି ନନ୍ଦିନୀ ଶତପଥଙ୍କ ଭଳି ନାରୀନେତ୍ରୀ ଆବଶ୍ୟକ‌ତା ରହିଛି ବୋଲି ଶ୍ରୀଯୁକ୍ତ ଦାସ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସମୀର କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ପ୍ରସାଦ ବେଉରା, ଜ୍ୟୋତିଷ ସାହୁ, ଉଷାରାଣୀ ବେହେରା, ଦୀପକ କୁମାର ସାହୁ, ମନୋରଞ୍ଜନ ରାଉତରାୟ,ମିହିର ଆଚାର୍ଯ୍ୟ, ଖଗେଶ୍ଵର ମଲ୍ଲିକ, ସୁଭାଷ ପ୍ରଧାନ, ଏମଡି ସାହାଦୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking