30.1 C
Bhubaneswar
Tuesday, June 10, 2025
Homeଓଡିଶାପିସିସି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ପିସିସି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସକମିଟି ପକ୍ଷରୁଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଭାରତରତ୍ନସ୍ୱର୍ଗତରାଜୀବଗାନ୍ଧୀଙ୍କରଶ୍ରାଦ୍ଧବାର୍ଷିକୀ ଆଜି କଂଗ୍ରେସଭବନ, ଭୁବନେଶ୍ୱରଠାରେ ପାଳିତହୋଇଯାଇଛି।ଏହିଉପଲକ୍ଷେସକାଳେଓଡ଼ିଶା ପ୍ରଦେଶ କଂଗ୍ରେସକମିଟିସଭାପତିଶ୍ରୀଭକ୍ତ ଚରଣ ଦାସଙ୍କନେତୃତ୍ୱରେକଂଗ୍ରେସନେତୃବୃନ୍ଦ ସ୍ଥାନୀୟରାଜୀବଭବନ ପରିସରରେ ଥିବାରାଜୀବଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେମାଲ୍ୟାର୍ପଣକରିଥିଲେ। ପରେକଂଗ୍ରେସଭବନ ପରିସରରେ ଥିବାରାଜୀବଜୀଙ୍କ ପ୍ରତିମୂର୍ତ୍ତିରେମାଲ୍ୟାର୍ପଣକରାଯାଇଥିଲା। ଏହିଉପଲକ୍ଷେ ପିସିସିକାର୍ଯ୍ୟାଳୟରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରି ପିସିସିସଭାପତିଶ୍ରୀଭକ୍ତ ଚରଣ ଦାସକହିଲେ ଯେ ପ୍ରଧାନମନ୍ତ୍ରୀଭାବରେସ୍ୱର୍ଗତରାଜୀବଗାନ୍ଧୀଙ୍କର ଅବଦାନ ଅବିସ୍ମରଣୀୟ। ଏକବିଂଶଶତାବ୍ଦୀରେ ଏକ ଆଧୁନିକ, ଉନ୍ନତ ଓ ସମ୍ପୂର୍ଣ୍ଣସ୍ୱାବଲମ୍ବୀଭାରତବର୍ଷର ସ୍ୱପ୍ନ ସେ ଦେଖିଥିଲେ।ବିଜ୍ଞାନ, କାରିଗରୀ, ସୂଚନା ଓ ପ୍ରଯୁକ୍ତି, କ୍ଷେତ୍ରରେଭାରତରେ ଆଜି ଯାହା ଅଗ୍ରଗତି ହୋଇଛିତାହାରସମସ୍ତଶ୍ରେୟକେବଳସ୍ୱର୍ଗତରାଜୀବଗାନ୍ଧୀଙ୍କର।କମ୍ପ୍ୟୁଟରଏବଂବିଶେଷକରିଟେଲିଫୋନରବିକାଶଏବଂଘରେଘରେଏବେତାହାରଯେଉଁବ୍ୟବହାରହେଉଛିତାହାକେବଳରାଜୀବଗାନ୍ଧୀଙ୍କ ପାଇଁସମ୍ଭବହୋଇପାରିଛି। ପ୍ରତିବ୍ୟକ୍ତିର ପକେଟରେଗୋଟେସ୍ମାର୍ଟଫୋନ ରହିପାରୁଛି।କେନ୍ଦ୍ରବଜେଟରେସାମରୀକକ୍ଷେତ୍ରରେସେ ଅଧିକ ଅର୍ଥ ବ୍ୟବସ୍ଥାକରିଥିଲେ।ମୌଳିକଶିକ୍ଷାକ୍ଷେତ୍ରରେବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁସେପୌଢ଼ଶିକ୍ଷା, ବ୍ଲାକବୋର୍ଡ ଅଭିଯାନ ଏପରିକି ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠାକରିଥିଲେ। ଅଧିକରୁ ଅଧିକ ଯୁବକମାନେ ନିର୍ବାଚନୀବ୍ୟବସ୍ଥାରେ ନିଜରମତବ୍ୟକ୍ତକରିବାପାଇଁସେଭୋଟ ଦେବା ଅଧିକାର ୨୧ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ କରିଥିଲେ।ଏପରିକିଗଣତାନ୍ତ୍ରିକବ୍ୟବସ୍ଥାକୁସୁଦୃଢ଼କରିବାପାଇଁସେ ଦଳ ବଦଳ ବିରୋଧି ଆଇନ ପ୍ରଣୟନ କରିଥିଲେ।

ସେ ପଞ୍ଚାୟତରାଜଏବଂ ନଗରପାଳିକା ନିର୍ବାଚନୀବ୍ୟବସ୍ଥାରେସୁଧାର ଆଣିବା ସହ ଏଥିରେମହିଳାମାନଙ୍କର ଏକ ତୃତୀୟାଂଶ ଆରଂକ୍ଷଣ ପାଇଁ ୧୯୮୩ ମସିହାରେସମ୍ବିଧାନ ସଂଶୋଧନ ବିଲ ଆଣିଥିଲେ। ଆଜୀବ ଗାନ୍ଧୀଙ୍କ ପାଇଁ ପ୍ରାୟଏହିବ୍ୟବସ୍ଥାରେ ପ୍ରାୟ ୩୨ଲକ୍ଷ ନିର୍ବାଚନ ପ୍ରତିନିଧି ମାନଙ୍କମଧ୍ୟରେ ୧୪ଲକ୍ଷରୁ ଉର୍ଦ୍ଧ୍ୱମହିଳାରହିଛନ୍ତିଯେଉଁମାନେ କିଶିକ୍ଷା, ଆର୍ଥିକ ବ୍ୟବସ୍ଥା, କାନୁନୀସାକ୍ଷରତାଏବଂମହିଳାସଶକ୍ତିକ୍ଷେତ୍ରରେ ନିଷ୍ପତ୍ତି ଗ୍ରହଣକରିୁଛନ୍ତି। ପିସିସିସଭାପତିଶ୍ରୀ ଦାସରାଜୀବଗାନ୍ଧୀକିପରିକଳାହାଣ୍ଡିଜିଲ୍ଲା ଗସ୍ତ କରିଥିଲେଏବଂଗରିବ, ଖଟିଖିଆ, ଭୋକିଲା ଓ ଦୁସ୍ଥଲୋକଙ୍କଘରେ ପହଞ୍ôଚ ସେମାନଙ୍କସହିତ ଆଲୋଚନା କରିବାସହ ପରବର୍ତ୍ତୀ ପର୍ଯ୍ୟାୟରେତାଙ୍କର ଦୁଃଖ ନିବାରଣ ପାଇଁ କ’ଣ କାର୍ଯ୍ୟକ୍ରମକରିଥିଲେସେସମ୍ପର୍କରେକହିଥିଲେ। ଶ୍ରଦ୍ଧାଞ୍ଜଳିଜଣାଇ ପୂର୍ବତନ ପିସିସିସଭାପତିଶ୍ରୀ ପ୍ରସାଦ ହରିଚନ୍ଦନ, ପୂର୍ବତନ ସାଂସଦ ଡ. ରାମଚନ୍ଦ୍ରଖୁଂଟିଆ, ଶ୍ରୀଜଗନ୍ନାଥ ପଟ୍ଟନାୟକ, ଶ୍ରୀ ଅନନ୍ତ ପ୍ରସାଦ ସେଠୀଏବଂବରିଷ୍ଠକଂଗ୍ରେସନେତାଶିବାନନ୍ଦ ରାୟ ପ୍ରମୁଖଭାରତର ନିର୍ମାଣସାମଗ୍ରୀକବିକାଶ, ସାଧାରଣ ନାଗରିକଙ୍କର ନ୍ୟାର୍ଯ୍ୟ ଅଧିକାରୀ ପ୍ରାପ୍ତିରେଉନ୍ନତି, ମହିଳାସଶକ୍ତିକରଣ, ଆଧୁନିକ ଭାରତବର୍ଷ ଗଠନ କ୍ଷେତ୍ରରେଭାରତରତ୍ନରାଜୀବଗାନ୍ଧୀଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ।ସନ୍ତ୍ରାସବାଦ ବିରୋଧରେତାଙ୍କରସଂଗ୍ରାମଏବଂ ଜୀବନ ଉତ୍ସର୍ଗସମ୍ପର୍କରେ ମଧ୍ୟ ବକ୍ତବ୍ୟରଖିଥିଲେ।

ଏହିସମସ୍ତକାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସିସଭାପତିଜୟଦେବ ଜେନା, ଶରତରାଉତ, ସୁରେଶକୁମାରରାଉତରାୟ, ସମୀରକୁମାରରାଉତରାୟ, ଯୁଧିଷ୍ଠୀରଜେନା, ଦେବାଶିଷ ପଟ୍ଟନାୟକ, ମଙ୍ଗୁଖିଲ, ବିଶ୍ୱଜିତ ଦାଶ, ଡ. ଲଲାଟେନ୍ଦୁମହାପାତ୍ର, ଜିଆଉଲହକ, ଶୁଭେନ୍ଦୁମହାନ୍ତି, ୟାସିର ନୱାଜ, ଅଭୟ ସାହୁ, ମାନସ ରଞ୍ଜନ ଆଚାର୍ଯ୍ୟ, କିଶୋରଜେନା, ପୂଥିବୀବଲ୍ଲଭ ପଟ୍ଟନାୟକ, ପ୍ରକାଶମିଶ୍ର, ପ୍ରଶାନ୍ତ ଚମ୍ପତ୍ତି, ନଜିବୁରରହେମାନ ଖାଁ, ରଜନୀମହାନ୍ତି, ମନୋରଞ୍ଜନ ଦାଶ, ଉଦିତ ପ୍ରଧାନ, ବାଙ୍କନିଧି ବେହେରା, ପ୍ରଦୀପ ମହାପାତ୍ର, ମିହିର ଆଚାର୍ଯ୍ୟ, ମାନସମଲ୍ଲିକ, ସୁବ୍ରତମହାପାତ୍ର, ଅଶୋକ ଦାସ, ସୁଶାନ୍ତ ତ୍ରିପାଠୀ, ରାଜକିଶୋରବାରିକ, ଦୀପକକୁମାରସାହୁ, ପ୍ରଣତୀମିଶ୍ର, ଶାନ୍ତନୁ ସାହୁ, ଅନିମା ମିଞ୍ଜ, ଜୟଶ୍ରୀ ପଟ୍ଟନାୟକ, ଶିଳ୍ପଶ୍ରୀହରିଚନ୍ଦନ, ସସ୍ମିତା ପଣ୍ଡା, ସନ୍ତୋଷଜେନା, ବିନୋଦ ପାତ୍ର, ସିଲିସେଠୀ, ଉଷାରାଣୀବେହେରା, ଜ୍ୟୋତିଷସାହୁ, ଲିଙ୍ଗରାଜସାହୁ, ଅଜୟ ସାହୁ, ଆଲୋକ ମହାନ୍ତି, ଜ୍ୟୋତିମହାନ୍ତି, ଖଗେଶ୍ୱରମଲ୍ଲିକ, ଭାରତଭୂଷଣବେମାଲ, ମୋଟରାଜଡୁଙ୍ଗଡୁଙ୍ଗ, ମନୋରଞ୍ଜନ ମହାପାତ୍ର, ମିନାକ୍ଷୀ ପ୍ରଧାନ, ତାପସସେଠୀ, ପୟୋଧର ରାୟ, ପ୍ରଦୀପ ସ୍ୱାଇଁ, ବିଜୟ ଦ୍ୱିବେଦୀ, ଆଲୋକ ନନ୍ଦ, ସୁଭାଷ ପ୍ରଧାନ, ବିପ୍ରରଞ୍ଜନ ଜେନା, ସୁବ୍ରତବିଶୋଇ, ହରିବନ୍ଧୁସାହୁ ପ୍ରମୁଖଏହିକାର୍ଯ୍ୟକ୍ରମରେଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking