32.1 C
Bhubaneswar
Sunday, March 29, 2026
Homeଓଡିଶାକେନ୍ଦ୍ରାପଡ଼ା ଘଟଣାରେ ଗଠିତ ହେଲା ପିସିସି ଅନୁଧ୍ୟାନ କମିଟି

କେନ୍ଦ୍ରାପଡ଼ା ଘଟଣାରେ ଗଠିତ ହେଲା ପିସିସି ଅନୁଧ୍ୟାନ କମିଟି

ଆସନ୍ତାକାଲି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିବ ଅନୁଧ୍ୟାନ କମିଟି

ଭୁବେନଶ୍ବର : ରାଜ୍ୟରେ ନାରୀ ନିର୍ଯାତନା ଅଣାୟତ୍ତ ହୋଇଥିବା ବେଳେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ପଡ଼ା ଗ୍ରାମପଞ୍ଚାୟତର କାଠିଆପଡ଼ା ଗ୍ରାମରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ପୁରୁଷ ବନ୍ଧୁଙ୍କ ଅମାନବୀୟ ନିର୍ଯାତନା ବିରୋଧରେ ଅଭିଯୋଗ ସତ୍ତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ ନ କରିବାରୁ ଜଣେ + ୩ ଶେଷ ବର୍ଷ ଛାତ୍ରୀ ଚରମ ନିଷ୍ପତି ନେଇ ଆତ୍ମାହୁତି ଦେବା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି। ଏଥି ନିମନ୍ତେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏକ ୮ ଜଣିଆ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ଉକ୍ତ କମିଟିରେ ପିସିସି ଉପସଭାପତି ଶ୍ରୀମତୀ ସସ୍ମିତା ବେହେରା ଅଧ୍ୟକ୍ଷା ରହିଥିବା ବେଳେ ପିସିସି ସମ୍ପାଦିକା ଡ. ଦେବସ୍ମିତା ଶର୍ମା, ସସ୍ମିତା ପଣ୍ଡା, ପିସିସି ମୁଖପାତ୍ର ସୋନାଲି ସାହୁ, ଡ଼ ମନିଷା ଦାଶ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ପିସିସି ପାନେଲିଷ୍ଟ ଅମ୍ରିତା ଦାସ ଓ ମଧୁସ୍ମିତା ଆଚାର୍ଯ୍ୟ ସଦସ୍ୟା ଭାବରେ ରହିଛନ୍ତି। ସେମାନେ ଆସନ୍ତାକାଲି ଅଗଷ୍ଟ ୭ ତାରିଖ, ଗୁରୁବାର ସକାଳେ ଘଟଣାସ୍ଥଳ ପରିଦର୍ଶନ କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ପିସିସି କାର୍ଯାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking