27.1 C
Bhubaneswar
Tuesday, March 31, 2026
Homeଓଡିଶାସୁନ୍ଦରଗଡ଼ ଜିଲ୍ଲା ତଲସରା ଅଞ୍ଚଳର ନାବାଳିକା ଦୁଷ୍କର୍ମ ଘଟଣାର ତଥ୍ୟ ଅନୁଧ୍ୟାନ କରିବାପାଇଁ ପିସିସି ଗଠନ...

ସୁନ୍ଦରଗଡ଼ ଜିଲ୍ଲା ତଲସରା ଅଞ୍ଚଳର ନାବାଳିକା ଦୁଷ୍କର୍ମ ଘଟଣାର ତଥ୍ୟ ଅନୁଧ୍ୟାନ କରିବାପାଇଁ ପିସିସି ଗଠନ କଲା ତଥ୍ୟ ଅନୁଧ୍ୟାନ କମିଟି

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ତଲସରା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ଓ ୧୪ଦିନ ପର୍ଯ୍ୟନ୍ତ ଏକ ଭଡ଼ା ଘରେ ରଖି ଦୁଷ୍କର୍ମ କରିବା ଘଟଣାର ତଥ୍ୟ ଅନୁଧ୍ୟାନ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଏହି କମିଟିରେ ବିଧାୟକ ତଥା ପିିସିସି ଉପସଭାପତି ଶ୍ରୀ ସି.ଏସ ରାଜନ ଏକା ଅଧ୍ୟକ୍ଷ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଂଯୋଜକ ଶ୍ରୀ ନିର୍ମଳ ନାଏକ ଆବାହକ ଭାବରେ ରହିଛନ୍ତି । ସେହିପରି କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଅମିତା ବିଶ୍ୱାଳ, ଭୁଲକି ସେଠ, ଗେରୋଟି ସେସ୍‌, କଳ୍ପନା ଆପଟ, ବିନିତା ନାୟକ, ସୁଧାଂଶୁ ପଶାୟତ, ଦିଲ୍ଲୀପ କୁମୁରା, ଦେବେନ୍ଦ୍ର ଭିତିରିଆ ଓ ଇକବାଲ ମଲ୍ଲିକ ସଭ୍ୟ ଭାବରେ ରହିଛନ୍ତି । ଉକ୍ତ କମିଟି ଆଜି ଘଟଣା ସ୍ଥଳକୁ ଗସ୍ତକରି ପୀଡ଼ିତାଙ୍କ ପରିବାରଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଖୁବଶୀଘ୍ର କମିଟି ଦାଖଲ କରିବ ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଆଜି ଗସ୍ତରେ ଯାଇଥିବା ନେତୃବୃନ୍ଦ ସର୍ବଶ୍ରୀ ସି.ଏସ ରାଜନ ଏକା, ନିର୍ମଳ ନାୟକ, ଅମିତା ବିଶ୍ୱାଳ, କଳ୍ପନା ଆପଟ, ଗେରୋଟି ସେସ୍‌, ଭୁଲକି ସେଠ, ବିନିତା ନାୟକ, ଦେବେନ୍ଦ୍ର ଭିତିରିଆ, ବାଲମତି କିଶାନ, ଦିଲ୍ଲୀପ କୁମୁରା ଏବଂ ସୁଧାଂଶୁ ପଶାୟତ ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking