34.1 C
Bhubaneswar
Tuesday, March 24, 2026
Homeଓଡିଶାକୁଚିଣ୍ଡା ସେମିନାରୀ ଫାଦର ଆକ୍ରମଣ ଘଟଣାର ରିପୋର୍ଟ ପ୍ରଦାନ କଲା ପିସିସି ତଥ୍ୟ ଅନୁଧ୍ଯାନ କମିଟି

କୁଚିଣ୍ଡା ସେମିନାରୀ ଫାଦର ଆକ୍ରମଣ ଘଟଣାର ରିପୋର୍ଟ ପ୍ରଦାନ କଲା ପିସିସି ତଥ୍ୟ ଅନୁଧ୍ଯାନ କମିଟି

ଭୁବନେଶ୍ଵର: ଗତ ତା. ୨୩.୦୫.୨୦୨୫ ଚାରବାଟି କୁଚିଣ୍ଡା ସେମିନାରୀ ଖ୍ରୀଷ୍ଟିଆନି ମିସିନାରୀ ଫାଦର ସେଲଭିନ୍ ଏବଂ ରୋଷେୟା ଶ୍ରୀମତୀ ମର୍ଶିଲୀନାଙ୍କ ପ୍ରତି ହୋଇଥିବା ଆକ୍ରମଣ ଘଟଣାର ପ୍ରଦେଶ କଂଗ୍ରେସ ତରଫରୁ ଗଠିତ ଅନୁଧ୍ୟାନ କମିଟି ବିଧାୟକ ଶ୍ରୀ ରାଜନ ଏକାଙ୍କ ନେତୃତ୍ୱରେ ଘଟଣା ସ୍ଥଳକୁ ଯାଇ ସଂପୂର୍ଣ ତଥ୍ୟ ସଂଗ୍ରହ କରିବା ସହିତ ତା’ର ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ପଠାଇଛନ୍ତି।

ପ୍ରକାଶଥାଉକି ପିସିସି ତଥ୍ୟ ଅନୁଧ୍ୟାନ କମିଟି ଗତ ୨ ତାରିଖ ଦିନ ଘଟଣା ସ୍ଥଳକୁ ଯାଇଥିଲେ। ଏହି ଘଟଣାରେ ସଂପୃକ୍ତ ଥିବା ଅପରାଧୂମାନେ ଫାଦର ସିଲିଭେନ୍‌ଙ୍କୁ ଲୁହା ରଡରେ ଅତି ନିର୍ମମ ଭାବରେ ମାରିବା ସହିତ ସେଠାରେ ଥିବା ରୋଷେୟାଙ୍କୁ ଡାୱାଲରେ ବାନ୍ଧି ମାଡ ମାରିଥିଲେ। ମେସ୍ ପରଚାଳନା ପାଇଁ ଥିବା ଟଙ୍କା ୨,୮୦,୦୦୦ ଟଙ୍କା ଆଲମିରା ଭାଙ୍ଗି ନେଇଯାଇଛନ୍ତି । ସମସ୍ତ ଆସବାପତ୍ରକୁ ଭାଙ୍ଗି ଗୁଣ୍ଡ କରିଦେଇଛନ୍ତି। ଏହି ଘଟଣାକୁ ନେଇ ତା. ୨୩.୦୫.୨୦୨୫ କୁଚିଣ୍ଡା ଥାନାରେ ଏକ କେସ୍ ଦାୟର କରାଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ସମ୍ବଲପୁର ଏସ୍.ପି.ଙ୍କ ସହିତ ଏହି ଘଟଣା ବାବଦରେ ଆଲୋଚନା କରିବା ସହିତ ସଂପୃକ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏସ୍.ପି.ଙ୍କୁ କହିଥିଲେ। ସମ୍ବଲପୁର ଏସ୍.ପି. ଶିଘ୍ର ଅପରାଧୂମାନଙ୍କୁ ଗିରଫ କରିବେ ବୋଲି ସଭାପତି ଶ୍ରୀ ଦାସଙ୍କୁ ଜଣାଇଥିଲେ । ଏହି ଅନୁଧ୍ୟାନ କମିଟିର ଦୁର୍ଗା ପାଢ଼ୀ, କେଦାର ବରିହା, ଅମିତା ବିଶ୍ୱାଳ ଓ ଦିଲ୍ଲୀପ ଦୁରିଆ ସଦସ୍ୟ ଥିଲେ । କମିଟିର ସମସ୍ତ ସଦସ୍ୟବୃନ୍ଦ ଓ ଅଧ୍ଯକ୍ଷ ଶ୍ରୀ ରାଜନ ଏକା ରାଜ୍ୟରେ ଅଳ୍ପ ସଂଖ୍ୟକଙ୍କ ପ୍ରତି ବଢ଼ୁଥିବା ଆକ୍ରମଣ ଚିନ୍ତା ପ୍ରକଟ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking