19.1 C
Bhubaneswar
Saturday, February 28, 2026
Homeଓଡିଶାପିସିସି ତଥ୍ୟ ଅନୁଧ୍ୟାନକାରୀ କମିଟି କୋରାପୁଟ ଜିଲ୍ଲାର ପୀଡ଼ିତା ପରିବାରକୁ ଭେଟିଲେ

ପିସିସି ତଥ୍ୟ ଅନୁଧ୍ୟାନକାରୀ କମିଟି କୋରାପୁଟ ଜିଲ୍ଲାର ପୀଡ଼ିତା ପରିବାରକୁ ଭେଟିଲେ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ଶାସନର ୮ ମାସ ମଧ୍ୟରେ ୧୬୦୦ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି ଏବଂ ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି।ଏଥିରେ ଗଭୀର ମାର୍ମାହିତ ହୋଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବ ନିଯୁକ୍ତ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଦାଇତ୍ୱ ନେବା ମାତ୍ରେ ହିଁ ରାଜ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ଓ ମହିଳା ନିର୍ଯାତନା ମାମଲା ଗୁଡ଼ିକର ତଦନ୍ତ ଓ ଅନୁଧ୍ୟାନ କରିବାକୁ ଏକ ରାଜ୍ୟସ୍ତରୀୟ ତଥ୍ୟ ଅନୁସନ୍ଧାନକାରି ଦଳ ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗଠନ କରିଛନ୍ତି।

ଉକ୍ତ ତଥ୍ୟ ଅନୁସନ୍ଧାନ କାରି ଦଳ ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ପର୍ଡିଗୁଡ଼ା ଗ୍ରାମକୁ ଗସ୍ତ କରିଥିଲେ ଏବଂ ଉକ୍ତ ଗ୍ରାମରେ ଏକ ନାବାଳିକା ଯିଏ କି ଚାରିଜଣ ଦୃର୍ବୁତ୍ତ ଙ୍କ ଦ୍ଵାରା ଗତ ଫେବୃଆରୀ ୮ ତାରିଖ ରାତିରେ ଦୂର୍ଷ୍କର୍ମର ଶିକାର ହୋଇଥିଲେ।ଉକ୍ତ ପିଡିତା ବାଳିକାର ପରିବାରକୁ ସାକ୍ଷାତ କରି ସେହି ଅଘଟଣ ବିଷୟରେ ପିସିସି ତଥ୍ୟ ଅନୁସନ୍ଧାନ କାରି ଦଳ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ତତପଶ୍ଚାତ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ସ୍ଥାନୀୟ ଲକ୍ଷ୍ମୀପୁର ବିଧାୟକ ପବିତ୍ର ଶାଉନ୍ତା ଉପସ୍ଥିତିରେ ପୀଡ଼ିତଙ୍କ ଗ୍ରାମରୁ ତଥ୍ୟ ସଂଗ୍ରହ କରିବା ପରେ କୋରାପୁଟ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିଥିଲେ ଏବଂ ଭବିଷ୍ୟତ ରେ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ସେ ଧ୍ୟାନ ଦେବେ ବୋଲି କୋରାପୁଟ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ।

ଉକ୍ତ ଗସ୍ତ ବେଳେ ପି ସି ସି ତଥ୍ୟ ଅନୁଧ୍ୟାନକାରୀ ଦଳ ର ଅଧ୍ୟକ୍ଷ ନଗେନ୍ଦ୍ର କୁମାର ପ୍ରଧାନ(ପୂର୍ବତନ ମନ୍ତ୍ରୀ), ଆଇନଜୀବୀ ସୁଜିତ୍ କୁମାର ପାଢ଼ୀ(ପୂର୍ବତନ ବିଧାୟକ ତଥା ସଦସ୍ୟ), ଆଇନଜୀବୀ ମାନସ କୁମାର ମଲ୍ଲିକ(ପୂର୍ବତନ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ତଥା ସଦସ୍ୟ),ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି(ବିଧାୟକ,ଜୟପୁର), ଶ୍ରୀ ପବିତ୍ର ସାଉଁଟl,(ବିଧାୟକ, ଲକ୍ଷ୍ମୀପୁର), ପିଙ୍କି ହିମରିକା(ଜିଲ୍ଲା ପରିଷଦ ସଦସ୍ୟା), ଶ୍ରୀମତୀ ରୋଜି କୁମାର(ନାରାୟଣପାଟଣା ବ୍ଲକ ମହିଳା ସଭାପତି), ଶ୍ରୀ କୈଳାଶ ଖୋସଲା(ଲକ୍ଷ୍ମୀପୁର ବ୍ଲକ କଂଗ୍ରେସ ସଭାପତି), ମହେନ୍ଦ୍ର ମାଡିଙ୍ଗl(ସ୍ଥାନୀୟ ୱାର୍ଡ ସଭ୍ୟ), ଶ୍ରୀ ମଣ୍ଟୀ ଖରା(ଲକ୍ଷ୍ମୀପୁର ବିଧାନସଭା ଯୁବ କଂଗ୍ରେସ ସଭାପତି) ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking