21.1 C
Bhubaneswar
Wednesday, December 17, 2025
Homeଓଡିଶାଜମ୍ମୁକାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକଙ୍କ ପାଇଁ ପିସିସି ପକ୍ଷରୁ ଶୋକ

ଜମ୍ମୁକାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକଙ୍କ ପାଇଁ ପିସିସି ପକ୍ଷରୁ ଶୋକ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ନବ ଗଠିତ ରାଜନୈତିକ ବ୍ୟାପାର କମିଟିର ପ୍ରଥମ ବୈଠକ ପୂର୍ବ ନିର୍ଦ୍ଧାରଣ ଅନୁଯାୟୀ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ ଜମ୍ମୁ କାଶ୍ମୀରର ପହଲଗାମରେ ଗତକାଲି ଆତଙ୍କବାଦୀ ଘଟଣାକୁ ନେଇ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ସଭାପତିତ୍ୱରେ ଆଜି କେବଳ ଶୋକ ପ୍ରସ୍ତାବ ଆଗତ କରାଯାଇ ଆଜିର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ଉକ୍ତ ଶୋକପ୍ରସ୍ତାବକୁ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଆଗତ କରିଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ ଏହାକୁ ସମର୍ଥନ କରିଥିଲେ । ଗତକାଲି ଜାମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଯେଉଁଭଳି ଭାବରେ ନିରୀହ ପର୍ଯ୍ୟଟକମାନଙ୍କୁ ବର୍ବୋରଚିତ ହତ୍ୟା କରାଗଲା ତାହା ଦୂର୍ଭାଗ୍ୟଜନକ । ଏହା ସାଧାରଣ ହତ୍ୟାକାଣ୍ଡ ନୁହେଁ ଦେଶର ସୁରକ୍ଷା ପ୍ରତି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭାରତ ପକ୍ଷରୁ ଏହାର କଡା ଜବାବ ଦେବା ନିହାତି ଆବଶ୍ୟକ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆତଙ୍କବାଦୀ ଆକ୍ରମଣରେ ଅକାଳରେ ପ୍ରାଣ ହରାଇଥ‌ିବା ପର୍ଯ୍ୟଟକଙ୍କ ଅମର ଆତ୍ମାର ଶାନ୍ତି ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ।ବାଲେଶ୍ବର ରେମୁଣାର ପ୍ରଶାନ୍ତ ଶତପଥୀଙ୍କ ପରିବାର ସହ ଆମେ ଏହି ଦୁଃଖଦ ସମୟରେ ରହିଛୁ। ସମଗ୍ର ଦେଶ ଆଜି ଏକାଠି ହୋଇଛି ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ପାଇଁ। ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ଅନନ୍ତ ପ୍ରସାଦ ସେଠୀ, ପିସିସି ସହପ୍ରଭାରୀ ରୋଜାଲିନ ତିର୍କୀ ଓ ଶାହନୱାଜ ଚୌଧୁରୀ, ନଗେନ୍ଦ୍ର ପ୍ରଧାନ, ଜଗନ୍ନାଥ ପଟ୍ଟନାୟକ, ଅମର ନାଥ ପ୍ରଧାନ, ସୁଶିଳା ତିରିଆ, ରାମଚନ୍ଦ୍ର ଖୁଟିଆ, ଶରତ ରାଉତ, ତାରାପ୍ରସାଦ ବାହିନୀପତି, ସି.ଏସ. ରାଜନ ଏକ୍କା, ମହମ୍ମଦ ମୋକିମ,ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଶ୍ଵରଞ୍ଜନ ମହାନ୍ତି,ମିନାକ୍ଷୀ ବାହିନୀପତି, ସସ୍ମିତା ବେହେରା, ରଣଜିତ ପାତ୍ର, ଉଦିତ ପ୍ରଧାନ ଙ୍କ ସମେତ କଂଗ୍ରେସ ଦଳର ଅନେକ ବରିଷ୍ଠ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking