21.1 C
Bhubaneswar
Wednesday, February 4, 2026
Homeଓଡିଶାଚଳିତ ଖରିଫ ଋତୁରେ ଧାନଚାଷୀମାନଙ୍କୁ ଡିଜିଟାଲ୍‌ ସଂସ୍କାର ମାଧ୍ୟମରେ ଦେୟ ପ୍ରଦାନ

ଚଳିତ ଖରିଫ ଋତୁରେ ଧାନଚାଷୀମାନଙ୍କୁ ଡିଜିଟାଲ୍‌ ସଂସ୍କାର ମାଧ୍ୟମରେ ଦେୟ ପ୍ରଦାନ

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ଚାଷୀମାନଙ୍କୁ ସେମାନଙ୍କର ଧାନ ବିକ୍ରୟର ସର୍ବନିମ୍ନ ସହାୟତା ମୂଲ୍ୟ ଏବଂ ଇନ୍‌ପୁଟ ସହାୟତା ପ୍ରଦାନ ଦିଗରେ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ପାଇଁ ସରକାର ଡିଜିଟାଲ୍‌ ସଂସ୍କାର ବ୍ୟବସ୍ଥାକୁ ଆପଣାଇଛନ୍ତି । ଏହି ପ୍ରାପ୍ୟ ପ୍ରଦାନରେ ସ୍ୱଚ୍ଛତା, ତ୍ରୁଟିଶୂନ୍ୟ ଦେୟ ପ୍ରଦାନ ନୀତି ଅନୁସରଣ କରାଯାଇଛି । ଚଳିତ ଖରିଫ୍‌ ଋତୁରେ ସରକାର ପ୍ରାୟ ୧୦ ଲକ୍ଷ ୫୬ ହଜାର ଚାଷୀଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ ଓ ଇନ୍‌ପୁଟ ସହାୟତା ରାଶି ବାବଦକୁ ୧୨,୭୦୩ କୋଟି ୭୪ ଲକ୍ଷ ଟଙ୍କା ପ୍ରଦାନ କରିସାରିଲେଣି । ଉକ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦେୟ ପ୍ରଦାନ ପ୍ରକ୍ରିୟା ଜାରି ରହିଥିବାବେଳେ ଏ ପର୍ଯ୍ୟନ୍ତ ମାତ୍ର ୫୫୬୨ ଆକାଉଣ୍ଟକୁ ଦେୟ ପ୍ରଦାନରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇଥିବାର ଲକ୍ଷ୍ୟ କରାଯାଇଛି ।

ସଂପୃକ୍ତ ଚାଷୀମାନଙ୍କ ଆକାଉଣ୍ଟରେ ସର୍ବାଧିକ ନେଣଦେଣ, ପ୍ରାୟତଃ ଜନଧନ ଆକାଉଣ୍ଟ, ଏୟାରଟେଲ୍‌ ପେମେଣ୍ଟ ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ଦେଣନେଣ ପରିମାଣ ସୀମା ଥିବା କାରଣରୁ ଏହିସବୁ ଆକାଉଣ୍ଟକୁ ଦେୟ ପ୍ରଦାନରେ ସମସ୍ୟା ସୃଷ୍ଟି ହୋଇଛି । ଏଥି ସହ ପଞ୍ଜିକରଣବେଳେ ନିଷ୍କ୍ରିୟ ଆକାଉଣ୍ଟ ପ୍ରଦାନ, ଆଧାର ସଂଯୋଗ ନଥିବା ଓ ଇ-କେୱାସି ହୋଇନଥିବା ଆକାଉଣ୍ଟକୁ ଏହି ଦେୟ ପ୍ରଦାନରେ ସମସ୍ୟା ଦେଖାଦେଉଛି । ମାତ୍ର ରାଜ୍ୟ ସରକାର ଏସବୁର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାସ୍ତରରେ କ୍ଷେତ୍ର ଅଧିକାରୀମାନେ ସଂପୃକ୍ତ ଚାଷୀମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିବା ସହ ସେମାନଙ୍କ ଆକାଉଣ୍ଟ ଥିବା ବ୍ୟାଙ୍କଗୁଡ଼ିକ ସହ ସଂପର୍କରେ ଅଛନ୍ତି । ଯେପରି କୌଣସି ଯୋଗ୍ୟ ଚାଷୀ ତାଙ୍କର ପ୍ରାପ୍ୟ ପାଇବାରୁ ବଞ୍ଚିତ ନ ହୁଅନ୍ତି, ସେଥି ପ୍ରତି ସରକାର ସଜାଗ ଅଛନ୍ତି ।

ଦେୟ ପ୍ରଦାନ କ୍ଷେତ୍ରରେ ଦୃଢ଼ ସ୍ୱଚ୍ଛତା ପ୍ରକ୍ରିୟା ଅବଲମ୍ବନ କରାଯାଇ ପ୍ରଥମ ଥର ପାଇଁ ଆଧାର ସଂଯୋଗ ଥିବା ଇ-କେୱାସି ପେମେଣ୍ଟ ବ୍ୟବସ୍ଥା ଗ୍ରହଣ କରାଯାଇଛି, ଯାହା ଦ୍ୱାରା ପି-ପାସ୍‌ (ପ୍ୟାଡ଼ି ପ୍ରୋକୁ୍ୟରମେଣ୍ଟ ଅଟୋମେସନ୍‌ ସିଷ୍ଟମ୍‌) ବ୍ୟବସ୍ଥା ସହ ସଂଯୋଗ ଥିବା ଆକାଉଣ୍ଟକୁ ସଂପୃକ୍ତ ଚାଷୀଙ୍କ ଦେୟ ପ୍ରଦାନ କରାଯାଉଛି । ଏଥି ସହ ପ୍ରତ୍ୟେକ ଅଭିଯୋଗର ସମାଧାନ ପାଇଁ ଦେୟମୁକ୍ତ ନମ୍ବର ୧୯୬୭ ମଧ୍ୟ ଖୋଲାଯାଇଛି । ଏଠାକୁ ଆସୁଥିବା ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ସହ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking