23.1 C
Bhubaneswar
Monday, December 22, 2025
Homeଓଡିଶାଧାନ ସଂଗ୍ରହ ପ୍ରତି ଧ୍ୟାନ ଦିଅନ୍ତୁ: ସଂଜୟ

ଧାନ ସଂଗ୍ରହ ପ୍ରତି ଧ୍ୟାନ ଦିଅନ୍ତୁ: ସଂଜୟ

ଭୁବନେଶ୍ୱର: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ବିଜେଡି ବରିଷ୍ଠ ଉପସଭାପତି ସଂଜୟ ଦାସବର୍ମା ଟାର୍ଗେଟ କରିଛନ୍ତି । କହିଛନ୍ତି ମଣ୍ଡିରେ ଧାନ କିଣା ନେଇ ମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ । ଟୋକେନ ପାଇଁ ସମ୍ବଲପୁର ବନ୍ଦ ହେବା ଦଶନ୍ଧିରେ ପ୍ରଥମ । ବିଜେଡି ବିଧାନସଭାରୁ ରାଜରାସ୍ତା ଯାଏଁ ଲଢେଇ କରିବ କହିଛନ୍ତି ସଂଜୟ । ଅନ୍ୟପଟେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୮୫ ହଜାର ୪୦୫ ଟନ୍ ଧାନ ଉଠିସାରିଲାଣି । । ପ୍ରତିଦିନ ଧାନ ଉଠୁଛି, ୮୫ ହଜାର ୧୮୩ ଚାଷୀ ଧାନ ଦେଇଛନ୍ତି । ସରକାରକୁ ବଦ୍‌ନାମ କରିବାକୁ ବିରୋଧୀ ଦଳ ପ୍ରୟାସ କରୁଛନ୍ତି । ଆନ୍ଦୋଳନ ବିଭିନ୍ନ ସ୍ଥାନରେ ହେଉଛି, ଆମ ପାଖରେ ଖବର ଅଛି । ଚାଷୀ ଚାହୁଁଛନ୍ତି ସଙ୍ଗେ ସଙ୍ଗେ ଧାନ ଉଠୁ, ତାହା ସମ୍ଭବ ନୁହେଁ । ଚାଷୀଙ୍କୁ କିଛି ଲୋକ ପ୍ରବର୍ତ୍ତାଇ ଆନ୍ଦୋଳନ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking