19.1 C
Bhubaneswar
Friday, December 26, 2025
Homeଦେଶ ବିଦେଶବେତନ ନେବାକୁ ମନାକଲେ ପୱନ୍ କଲ୍ୟାଣ

ବେତନ ନେବାକୁ ମନାକଲେ ପୱନ୍ କଲ୍ୟାଣ

ଅମରାବତୀ: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟି ମୁଖ୍ୟ ପୱନ୍ କଲ୍ୟାଣଙ୍କ ସମ୍ପର୍କରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି । ବିଧାୟକ ତଥା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ମିଳିବାକୁ ଥିବା ମାସିକ ଦରମା ଅର୍ଥ ନେବାକୁ ସେ ମନା କରିଦେଇଛନ୍ତି । ପୱନ୍ କଲ୍ୟାଣ କହିଛନ୍ତି, ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ କିମ୍ବା ଜଣେ ବିଧାୟକ ଭାବେ ମିଳିବାକୁ ଥିବା ମାସିକ ଦରମା ବା ବେତନକୁ ସେ ନେବେ ନାହିଁ । ଏପରିକି ତାଙ୍କ ଅଫିସ୍ ପାଇଁ ନୂତନ ଆସବାବ ପତ୍ର କିଣିବା ପାଇଁ ମଧ୍ୟ ସେ ମନା କରିଦେଇଥିବା ଜଣାପଡିଛି । ପୱନ୍ କଲ୍ୟାଣ ଏକ ପେନ୍‌ସନ୍ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି । ତାଙ୍କ କହିବାନୁସାରେ ସେ ଏବେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ । କିନ୍ତୁ ରାଜ୍ୟ ପଞ୍ଚାୟତିରାଜ ବିଭାଗରେ ଏବେ ଯଥେଷ୍ଟ ଅର୍ଥାଭାବ ରହିଛି । ଏହି କାରଣରୁ ପୱନ୍‌, ନିଜ ଅଫିସ୍ ପାଇଁ କୌଣସି ଆସବାବପତ୍ର କିଣିବାକୁ କିମ୍ବା ଦରମା ନେବାକୁ ସିଧାସଳଖ ମନା କରିଦେଇଥିଲେ । ଓଲଟା ନିଜ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ହେଲେ ସେ ନିଜେ ଏସବୁକୁ କିଣି ଆଣିବେ ବୋଲି କହିଥିଲେ । ପ୍ରକାଶ, ୨୦୨୪ ଲୋକସଭା ନିର୍ବାଚନ ସହ ଅନୁଷ୍ଠିତ ହୋଇଯାଇଥିବା ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଟିଡ଼ିପି-ଜନସେନା ଓ ବିଜେପି ମେଣ୍ଟ ବହୁମତ ହାସଲ କରିଥିଲା । ଏହା ପରେ ଟିଡ଼ିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଜନସେନା ପାର୍ଟି ମୁଖ୍ୟ ତଥା ଅଭିନେତା ପୱନ କଲ୍ୟାଣ ଆନ୍ଧ୍ରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଉପମୁଖ୍ୟମନ୍ତ୍ରୀ ହେବା ପରେ ପୱନ କଲ୍ୟାଣଙ୍କ ଏପ୍ରକାର ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking