କେନ୍ଦ୍ରାପଡା: କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ଘଟଣାରେ ଅଟକ ପୁରୁଷ ବନ୍ଧୁଙ୍କ ମାଆ ଓ ଭଉଣୀ ଆଣିଲେ ସାଙ୍ଘାତିକ ଅଭିଯୋଗ । ପୁଅକୁ ଫସାଇ ଦିଆଯାଇଥିବା କହିଲେ ଅଟକ ପୁରୁଷ ବନ୍ଧୁଙ୍କ ମାଆ । ଉଭୟ ପୁଅ, ଝିଅ ପରସ୍ପରକୁ ଭଲ ପାଉଥିଲେ । ଝିିଅର ବାପା ମା ଜାଣିଛନ୍ତି । ଭିଡିଓ ଭାଇରାଲ ଘଟଣା ମିଛ । ମୋପୁଅକୁ ଫସାଇ ଦିଆଯାଇଛି । ବାପା ମା ମାରିଛନ୍ତି । ବନ୍ଧା ଅବସ୍ଥାରେ ଝିଅର ମୃତଦେହ ମିଳିଛି । ୨୦ ଲକ୍ଷ ଟଙ୍କା ପାଇଁ ତାଙ୍କ ବାପା ଝିଅକୁ ମାରିଛନ୍ତି । ମୋ ପୁଅ ନିର୍ଦ୍ଦୋଷ, ୩ ମାସ ହେଲା ଚେନ୍ନାଇରେ ଥିଲା । ତାଙ୍କ ଘର ଲୋକ ଝିଅକୁ ବହୁତ ମାଡ ମାରୁଥିଲେ । ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବି କହିଲେ ଅଭିଯୁକ୍ତଙ୍କ ମାଆ । ଆଜି ସକାଳେ ପୁରୁଷ ବନ୍ଧୁଙ୍କୁ ଚେନ୍ନାଇରୁ ଗିରଫ କରି ବିମାନବନ୍ଦରରେ ଭୁବନେଶ୍ୱରକୁ ଆଣି ତାପରେ କେନ୍ଦ୍ରାପଡା ନେଇଛି ପୋଲିସ ।










