25.1 C
Bhubaneswar
Saturday, December 6, 2025
Homeଓଡିଶାପାତ୍ରପୁରରେ ସର୍ବାଧିକ ୧୧୭.୬ ମିମି ବର୍ଷା ରେକର୍ଡ

ପାତ୍ରପୁରରେ ସର୍ବାଧିକ ୧୧୭.୬ ମିମି ବର୍ଷା ରେକର୍ଡ

ଗଞ୍ଜାମ: ବାତ୍ୟା ମୋନ୍ଥା ପ୍ରଭାବରେ ଲାଗି ରହିଛି ବର୍ଷା । ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ପାତ୍ରପୁରରେ ୧୧୭.୬ ମିମି ବର୍ଷା ରେକର୍ଡ ହୋଇଛି । ଗଞ୍ଜାମ ଜିଲ୍ଲାରେ ୧୦୨୯ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି । ଜିଲ୍ଲାରେ ୨ ହଜାର ୪୫୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୬ ହଜାର ୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲକ୍ଷ୍ୟ ରଖାଯାଇଛି । ୯୭୦ ଗର୍ଭବତୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ୨୪୨ ଗର୍ଭବତୀଙ୍କୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking