18.1 C
Bhubaneswar
Thursday, February 5, 2026
Homeଓଡିଶାପାତ୍ରପଡ଼ା ‘ଥାର୍‌’ ଦୁର୍ଘଟଣା : ମୃତକଙ୍କ ପରିବାରକୁ ୮ଲକ୍ଷ ସହାୟତା

ପାତ୍ରପଡ଼ା ‘ଥାର୍‌’ ଦୁର୍ଘଟଣା : ମୃତକଙ୍କ ପରିବାରକୁ ୮ଲକ୍ଷ ସହାୟତା

ଭୁବନେଶ୍ୱର: ପାତ୍ରପଡ଼ା ଠାରେ ସଂଗଠିତ ମର୍ମନ୍ତୁଦ ଦୁର୍ଘଟଣାରେ ମା’ ଓ ଝିଅଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଞ୍ଚଳର ମାନସ କୁମାର ରାଉଳଙ୍କ ୮ ବର୍ଷର ଝିଅ ଜାଗୃତି ରାଉଳଙ୍କ ମୃତ୍ୟୁ ହୋଇଥିବାବେଳେ ସୋମବାର ତାଙ୍କ ସ୍ତ୍ରୀ ରେବତୀ ରାଉଳଙ୍କ ମୃତ୍ୟୁ ଘଟିଛି। ସୋମବାର ରେବତୀଙ୍କ ମୃତ୍ୟୁ ପରେ ଅସନ୍ତୋଷ ଜାହିର କରିଛନ୍ତି ଫୁଲେଶ୍ୱରୀ ବସ୍ତିର ଶତାଧିକ ଲୋକେ। ସେତିକି ନୁହେଁ ପରିବାର ଲୋକଙ୍କ ସହ ବସ୍ତି ବାସିନ୍ଦା ରାଜପଥ ଉପରେ ରେବତୀଙ୍କ ମୃତଦେହ ରଖି ରାସ୍ତାରୋକ କରିଥିଲେ। ପୁଲିସ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଗତ ଶନିବାର ରାତିରେ ପାତ୍ରପଡ଼ା ଠାରେ ରେବତୀ ନିଜ ୮ ବର୍ଷ ଝିଅ ଓ ୨ ବର୍ଷର ପୁଅ ସହ ରାସ୍ତା ପାର କରୁଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଏକ ‘ଥାର୍‌’ କାର୍ ଧକ୍କା ଦେଇଥିଲେ। ଏଥରେ ରେବତୀଙ୍କ ଝିଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଆଉ ଗୁରୁତର ଅବସ୍ଥାରେ ରେବତୀ ଏବଂ ପୁଅକୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ମାତ୍ର ସୋମବାର ରେବତୀଙ୍କ ମୃତ୍ୟୁ ହୋଇଛି। ସେପଟେ ପୁଲିସ ଏପର୍ଯ୍ୟନ୍ତ କେବଳ ଗାଡ଼ିଟିକୁ ଜଟଣୀ କୁସୁମାଟିରୁ ଠାବ କରିପାରିଛି। କାର୍ ଚାଳକ ଏବେବି ଫେରାର ଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking