ସମ୍ବଲପୁର: ନୂଆ ଖାଇଲେ ରାଜପରିବାର । ସୁନ୍ଦରଗଡ଼ରେ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ । ଏକାଠି ବସି ଖାଇଲେ ରାଜ ପରିବାର । ପାଟଣାଗଡ଼ରେ ବି ରାଜପରିବାର ଖାଇଲେ ନବାନ୍ନ । ନୂଆଁଖାଇ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଚଳଚଞ୍ଚଳ । ଜିଲ୍ଲାବାସୀଙ୍କ ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ପାଖରେ ପାହୁର୍ ଭୋଗଲାଗି ହୋଇଛି । ପରେ ସମଗ୍ର ସୁବର୍ଣ୍ଣପୁର ଗଡଜାତ ଅଞ୍ଚଳର ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କ ପାଖରେ ନବାନ୍ନ ଭୋଗ ସମର୍ପଣ କରି ନବାନ୍ନ ଭକ୍ଷଣ କରିଛନ୍ତି । ରାଜ ରାଜୁଡା ଅମଳରୁ ପ୍ରତିବର୍ଷ ପଶ୍ଚିମ ଓଡିଶାର ପାରମ୍ପାରିକ ବାଜା ଢୋଲ, ନିଶାନ, ତାସା ବାନା ବୈରଖ ଧରୀ ପାହୁର ଶୋଭାଯାତ୍ରା କରାଯାଇଛି ।










