30.1 C
Bhubaneswar
Saturday, October 5, 2024
Homeଓଡିଶାପାଟଣାଗଡ଼ ପାର୍ଶଲ ବୋମା ବିସ୍ପୋରଣ ଘଟଣା; ପୁଞ୍ଜିଲାଲ୍‌ଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

ପାଟଣାଗଡ଼ ପାର୍ଶଲ ବୋମା ବିସ୍ପୋରଣ ଘଟଣା; ପୁଞ୍ଜିଲାଲ୍‌ଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

କଟକ: ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ଶଲ ବୋମା ବିସ୍ପୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କର ଜାମିନ ଅଳବେଦନ ହାଇକୋର୍ଟରେ ଶୁକ୍ରବାର ଖାରଜ ହୋଇଛି । ହାଇକୋର୍ଟର ବିଚାରପତି ଏସ୍‌. କେ. ସାହୁ ପୁଞ୍ଜିଲାଲ୍‌ଙ୍କ ପକ୍ଷରୁ ଆଗତ ଜାମିନ ଅ ।ବେଦନର ଶୁଣାଣି କରି ତାହାକୁ ଖାରଜ କରିଛନ୍ତି । ପାଟଣାଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମର ସୌମ୍ୟଶେଖର ସାହୁ ଓ ରୀମା ସାହୁଙ୍କର ୨୦୧୮ ଫେବୃୟାରୀ ୨୦ ତାରିଖରେ ବିବାହ ହୋଇଥିଲା । ବିବାହ ଭୋଜି ଦିନ ତାଙ୍କ ନିକଟକୁ ଏକ ପାର୍ଶଲରେ ଉପହାର ଆସିଥିଲା । ପାର୍ଶଲକୁ ଖୋଲିବା ସମୟରେ ବିସ୍ଫୋରଣ ଘଟ ସୌମ୍ୟଶେଖର ଓ ତାଙ୍କ ଆଈଙ୍କ ମୃତ୍ୟୁ ହୋଇଥିଲା । ନବବଧୂ ରୀମା ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ । ପାଟଣାଗଡ଼ ଥାନା ପୁଲିସ ପ୍ରାଥମିକ ସ୍ତରରେ ଘଟଣାର ତଦନ୍ତ କରିଥିଲା । ମାତ୍ର ଦୀର୍ଘ ଦିନ ପର୍ଯ୍ୟନ୍ତ ପୁଲିସ ଏହି ମାମଲାରେ ସଫଳତା ପାଇପାରିଲା ନାହିଁ । ଫଳରେ ରାଜ୍ୟ ସରକାର ମାମଲାର ତଦନ୍ତଭାର କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶ କ୍ରମେ ଏକ ୪ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ମାମଲାର ତଦନ୍ତ ଭାର ନେଇଥିଲା । କ୍ରାଇମବ୍ରା ତଦନ୍ତ ବେଳେ ପୁଞ୍ଜିଲାଲ ମେହେର ଓ ମୃତ ସୌମ୍ୟ ଶେଖରଙ୍କ ମାଆଙ୍କ ମଧ୍ୟରେ କଲେଜ ଅଧ୍ୟକ୍ଷ ପଦକୁ ନେଇ ରହିଥିବା ବିବାଦ ଯୋଗୁ ଏପରି ଘଟଣା ଘଟିଥିବା ଜଣାପଡ଼ିଥିଲା । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ପୁଞ୍ଜିଲାଲ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିିଥିଲା । ଗିରଫ ପରେ ପୁଞ୍ଜିଲାଲଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏକାଧିକବାର ରିମାଣ୍ଡରେ ନେଇ ପଚରାଉଚରା ମଧ୍ୟ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking