25.1 C
Bhubaneswar
Tuesday, March 17, 2026
Homeଓଡିଶାଆମ୍ବୁଲାନ୍ସ ନମିଳିବାରୁ ଚାଲିଗଲା ରୋଗୀଙ୍କ ଜୀବନ

ଆମ୍ବୁଲାନ୍ସ ନମିଳିବାରୁ ଚାଲିଗଲା ରୋଗୀଙ୍କ ଜୀବନ

ମୟୁରଭଞ୍ଜ: ଏକାଧିକ ଦାବି ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ମୟୂରଭଂଜରେ କାର‌୍ୟ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଠିକ୍ ସମୟରେ ଆମ୍ବୁଲାନ୍ସ ସେବା ମିଳିନପାରିବାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ କାନ୍ଦ୍ରା ସିଂ।  ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲା ଶମାଖୁଣ୍ଟା ବ୍ଲକ ଅଧୀନ ଶରତଚନ୍ଦ୍ରପୁର ଗ୍ରାମାର କାନ୍ଦ୍ରା ସିଂଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଗୁରୁତର ଥିବାରୁ ତାଙ୍କୁ ଡାକ୍ତର କଟକ ସ୍ଥାନାନ୍ତରିତ କରିଥିଲେ। ତେବେ କାନ୍ଦ୍ରାଙ୍କୁ କଟକ ନେବା ପାଇଁ ଆମ୍ବୁଲାନ୍ସ ମିଳିପାରି ନଥିଲା। ଘରୋଇ ଗାଡ଼ିଗୁଡ଼ିକ ଭଡ଼ା ମାତ୍ରାଧିକ ଥିଲା। ଅନ୍ୟ ଉପାୟ ନପାଇ ପରିବାର ଲୋକେ ବାଲେଶ୍ବରରୁ ଆମ୍ବୁଲାନ୍ସ ଆଣିବା ପାଇଁ ଯୋଗାଯୋଗ କରିଥିଲେ।  ତେବେ କାନ୍ଦ୍ରାଙ୍କୁ ବାରିପଦାରୁ କଟକ ନେବା ପାଇଁ ବାଲେଶ୍ବରରୁ ଆମ୍ବୁଲାନ୍ସ ବାହାରି ଥିଲା। ଏହି ଗାଡ଼ି ବାରିପଦାରେ ପହଞ୍ଚିଲା ବେଳକୁ କାନ୍ଦ୍ରା ସିଂଙ୍କର ଆଉ ଜୀବନ ନଥିଲା। ଏହି ଅଭାବନୀୟ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking