କଟକ: କଟକ ଏସସିବି ଛାତରୁ ଖସିଲା ସିଲିଂ । ସିଲିଂ ଖସିବା ଫଳରେ ରୋଗୀ ଆହତ ହୋଇଛନ୍ତି । ପୁରୁଣା ମେଡିସିନ୍ ବିଭାଗ ୱାର୍ଡରେ ଏହି ଅଘଟଣ ଘଟିଛି । ରୋଗୀ ବେଡ୍ରେ ଥିବାବେଳେ ମୁଣ୍ଡରେ ପଡ଼ିଲା ସିଲିଂ। ଘଟନ ପରେ ଆହତ ରୋଗୀଙ୍କୁ ଅନ୍ୟ ଏକ ବେଡ୍କୁ ସ୍ଥାନାନ୍ତର କରି ଚିକିତ୍ସା ଚାଲିଛି । ତେବେ ଏହି ଅଘଟଣ ପାଇଁ କିଏ ଦାୟୀ ସେନେଇ ତଦନ୍ତ କରିଛି ପୋଲିସ ।










