30.1 C
Bhubaneswar
Tuesday, February 10, 2026
Homeଓଡିଶାଆଇସିୟୁ ବେଡ୍‌ରୁ ରୋଗୀ ପଡିବା ଘଟଣା: ନିଲମ୍ବିତ ହେଲେ କର୍ମଚାରୀ

ଆଇସିୟୁ ବେଡ୍‌ରୁ ରୋଗୀ ପଡିବା ଘଟଣା: ନିଲମ୍ବିତ ହେଲେ କର୍ମଚାରୀ

କଟକ: ଏସସିବି ଆଇସିୟୁ ବେଡ୍‌ରୁ ରୋଗୀ ପଡିବା ଘଟଣା । ସେଦିନ ଡ୍ୟୁଟିରେ ଥିବା କର୍ମଚାରୀ ନିଲମ୍ବିତ ହୋଇଛନ୍ତି । କର୍ମଚାରୀଙ୍କ ବିରୋଧରେ ତଦନ୍ତ ଚାଲିବ । ତଦନ୍ତ ନସରିବା ଯାଏଁ କାର୍ଯ୍ୟରୁ ଅନ୍ତର ରହିବେ । ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଏସ୍‌ସିବି କର୍ତ୍ତୃପକ୍ଷ । ସୂଚନାଯୋଗ୍ୟ, ମେଡିକାଲ ଆଇସିୟୁରେ ଅଭାବନୀୟ ଦୃଶ୍ୟ । ଜଣେ ମହିଳା ରୋଗୀ ଆଇସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚିକିତ୍ସା ହେଉଥିବା ବେଳେ ବେଡ୍‌ରୁ ବାଡ ଭାଙ୍ଗି ତଳକୁ ଖସିପଡିଥିଲେ । ମହିଳା ରୋଗୀ ଜଣକ ବେଡ୍‌ରୁ ଖସିପଡୁଥିବା ବେଳେ କେହି ଜଣେ ଏହାକୁ ମୋବାଇଲରେ ଭିଡିଓ କରିଥିଲେ । ଆଇସିୟୁ ଭିତରେ ରୋଗୀମାନଙ୍କୁ କେମିତି ଅବହେଳା କରାଯାଉଛି ତାର ନଗ୍ନ ଚିତ୍ର ଦେଖିବାକୁ ମିଳିଥିଲା । ଖସିପଡ଼ୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏସ୍‌ସିବି କର୍ତ୍ତୃପକ୍ଷ ତ୍ୱରିତ ପଦକ୍ଷେପ ନେଇ ସେଦିନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ସୂଚନା ଦେଇଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking