24.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଉତ୍ତର ଭାରତରେ ପତଞ୍ଜଳିର ପ୍ରଥମ ଇଣ୍ଟିଗ୍ରେଟେଡ୍ ହୋଲିଷ୍ଟିକ୍ ହେଲଥ୍ କେୟାର ଇନିସିଏଟିଭ୍‌

ଉତ୍ତର ଭାରତରେ ପତଞ୍ଜଳିର ପ୍ରଥମ ଇଣ୍ଟିଗ୍ରେଟେଡ୍ ହୋଲିଷ୍ଟିକ୍ ହେଲଥ୍ କେୟାର ଇନିସିଏଟିଭ୍‌

ଗୌହାଟୀ: ପତଞ୍ଜଳି ୱେଲନେସ୍ ସେଣ୍ଟର୍‌- ଉତ୍ତର ପୂର୍ବ ଭାରତର ପ୍ରଥମ ଇଣ୍ଟିଗ୍ରେଟେଡ୍ ହୋଲିଷ୍ଟିକ୍ ହେଲଥ୍ କେୟାର ଇନିସିଏଟିଭ୍ (ସାମଗ୍ରିକ ସ୍ୱାସ୍ଥ୍ୟସେବା ପଦକ୍ଷେପ), ବିଶିଷ୍ଟ ସମାଜ ସଂସ୍କାରକ ତଥା ଭାରତୀ ମହିଳାଙ୍କ ପାଇଁ ପ୍ରେରଣା, ପ୍ରାଇଡ୍ ଇଷ୍ଟ୍ ଏଣ୍ଟରଟେନ୍‌ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ଅଧ୍ୟକ୍ଷା ତଥା ପରିଚାଳନା ନିର୍ଦ୍ଦେଶିକା (ସିଏମଡି) ଶ୍ରୀମତୀ ରିନିକୀ ଭୂୟାଁ ଶର୍ମାଙ୍କ ଦ୍ୱାରା ବୁଧବାର ଉଦ୍‌୍‌ଘାଟିତ ହୋଇଯାଇଛି । ୨ ଅକ୍ଟୋବର, ୨୦୨୪ (ବୁଧବାର)ରେ ତଥା ପରମପୂଜ୍ୟ ଯୋଗଋଷି ସ୍ୱାମୀ ରାମଦେବଙ୍କ ଉପସ୍ଥିତିରେ ଶ୍ରୀମତୀ ଭୂୟାଁ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ଉତ୍ତର ପୂର୍ବ ଭାରତର ବକ୍ଷଦେଶ କୁହାଯାଉଥିବା ଗୌହାଟୀ ସହରର ଅବବାହିକାରେ ପ୍ରବାହିତ ବ୍ରହ୍ମପୁତ୍ର ନଦୀ କୂଳରେ ଅବସ୍ଥିତ ମା’ କାମାକ୍ଷା ଦେବୀଙ୍କ ମନ୍ଦିର ପରିସରରେ ଅବସ୍ଥିତ ଏହି ଅଞ୍ଚଳ ଏଠାରେ ସାମଗ୍ରିକ ସ୍ୱାସ୍ଥ୍ୟସେବା ଆଣିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ପରମ ପୂଜ୍ୟ ମହାପୁରୁଷ ଶ୍ରୀମନ୍ଦିର ଶଙ୍କରଦେବଜୀ ଏବଂ ଶ୍ରୀ ଶ୍ରୀ ମାଧବଦେବଜୀଙ୍କ ଶିକ୍ଷା ଦ୍ୱାରା ଅନୁପ୍ରାଣିତ ଏହି ପଦକ୍ଷେପ, ପ୍ରାଚୀନ ପରମ୍ପରାକୁ ଆଧୁନିକ ସ୍ୱାସ୍ଥ୍ୟାଭ୍ୟାସ ସହିତ ସଂଯୋଗ କରିଛି।

ସ୍ୱାମୀ ରାମଦେବ, ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ତତ୍ତ୍ୱାବଧାନରେ ପତଞ୍ଜଳି ୱେଲନେସ୍‌-ଗୌହାଟୀ ଯୋଗ, ଆୟୁର୍ବେଦ, ପଞ୍ଚକର୍ମ, ଷଟକର୍ମ, ଲିଚ୍ ଥେରାପି (ଜୋକ ଚିକିତ୍ସା), ଆକ୍ୟୁପ୍ରେସର, ଆକ୍ୟୁ ପଞ୍ଚର ଏବଂ ନାଥୁରୋପ୍ୟାଥି ଭଳି ସ୍ୱାସ୍ଥ୍ୟ ସେବା ଯୋଗାଇଦେବ । ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଏକ ବିସ୍ତୃତ, ଏକୀକୃତ ଆଭିମୁଖ୍ୟ ପ୍ରଦାନ କରିବାକୁ ପତଞ୍ଜଳି ୱେଲନେସ୍ ସେଣ୍ଟର ଲକ୍ଷ୍ୟ ରଖିଛି । କାର୍ଯ୍ୟକ୍ରମ ଅବସରରେ ସ୍ୱାମୀ ରାମଦେବ ପତଞ୍ଜଳି ୱେଲନେସ୍‌-ଗୌହାଟୀ ସେଣ୍ଟର ସମ୍ପର୍କରେ କହିବା ସହ ଏହାକୁ ଚଳାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ଥିବା ପୂଜ୍ୟ ସାଧ୍ୱୀଦେବ ସ୍ୱରୂପ, ପୂଜ୍ୟ ସ୍ୱାମୀ ଜଗତଦେବ ଏବଂ ପୂଜ୍ୟ ସ୍ୱାମୀ ସମଗ୍ରଦେବଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ଆସାମ ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ଶିକ୍ଷା, ଜୈବଚାଷ ଏବଂ ପରିବେଶ ସଂରକ୍ଷଣ ସମେତ ବିଭିନ୍ନ କାର୍ଯ୍ୟରେ ଜଡିତ ଅଛି । ବୋଡୋଲାଣ୍ଡ ଟେରିଟୋରିଆଲ୍ ରିଜିଅନ୍ (ବିଟିଆର)ରେ ଭାରତ ଶିକ୍ଷା ବୋର୍ଡ ଅଧୀନରେ ଦୁଇଟି ବିଦ୍ୟାଳୟ ରହିଛି । ସେଥିମଧ୍ୟରୁ ପ୍ରଥମ ବିଦ୍ୟାଳୟ ‘ଆଚାର୍ଯ୍ୟକୁଳମ୍‌’ ଚିରାଙ୍ଗ ପ୍ରାନ୍ତରେ ପ୍ରାୟ ୫୦୦ରୁ ଅଧିକ ପିଲା ଏବଂ କୁମାରିକାଟାର ୭୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରୁଛି । ସେହିପରି ଦ୍ୱିତୀୟ ବିଦ୍ୟାଳୟ ‘ଆଚାର୍ଯ୍ୟକୁଳମ୍‌’ ଅରୁଣାଚଳ ପ୍ରଦେଶର ସେଜୋସା ଠାରେ ମଧ୍ୟ ସମାନ ବିଦ୍ୟାଳୟ କାର୍ଯ୍ୟ କରୁଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରତିଷ୍ଠିତ ଭାରତୀୟ ଶିକ୍ଷା ବୋର୍ଡ ପ୍ରାଚୀନ ଏବଂ ଆଧୁନିକ ଶିକ୍ଷାଗତ ପ୍ରଣାଳୀକୁ ଏକତ୍ରିତ କରେ । ଏଥିସହ କୁମାରିକାଟା ଏବଂ ଚିରାଙ୍ଗରେ ଜୈବ ଚାଷ, ଗୋ ପାଳନ ଏବଂ ଔଷଧୀୟ ଉଦ୍ଭିଦ ଚାଷ ପ୍ରକଳ୍ପ ମଧ୍ୟ ଜାରି ରହିଛି । କୁମାରିକାଟାରେ ପ୍ରାୟ ୧,୫୦୦ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନ୍ତର୍ଜାତୀୟସ୍ତରୀୟ ବିଦ୍ୟାଳୟ ମଧ୍ୟ ନିର୍ମାଣ ଚାଲିଛି । ସ୍ୱାମୀ ରାମଦେବ କହିଛନ୍ତି ଯେ, ଏଠାରେ ପତଞ୍ଜଳି ୱେଲନେସ୍ ସେଣ୍ଟର ପ୍ରତିଷ୍ଠା କେବଳ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ । ଡାକ୍ତର, ଥେରାପିଷ୍ଟ ଏବଂ ସପୋର୍ଟ ଷ୍ଟାଫ୍ ଭଳି ସ୍ଥାନୀୟ ପ୍ରତିଭାଙ୍କୁ ଏଠାରେ ନିଯୁକ୍ତି ସୁଯୋଗ ମିଳିବ ।

ପତଞ୍ଜଳି ପରିବାରର ସମସ୍ତ ବରିଷ୍ଠ କର୍ମକର୍ତ୍ତା ବିବେକ୍ ଡାଗା ଏବଂ ବିକାଶ ଖଣ୍ଡେଲୱାଲ୍‌ଙ୍କ ସମେତ ଡକ୍ଟର କୌଶଳେନ୍ଦ୍ର (ନାଚୁରୋପ୍ୟାଥି), ବୈଦ୍ୟ ଆଦିତ୍ୟ (ଆୟୁର୍ବେଦ), ଡ. ମାଧୁରୀ (ନାଚୁରୋପ୍ୟାଥି), ଡ.ଦରାଥୀ (ଫିଜିଓଥେରାପି) ଏବଂ ବୈଦ୍ୟ ସତ୍ୟ ପ୍ରକାଶ (ଆୟୁର୍ବେଦ)ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking