13.1 C
Bhubaneswar
Sunday, December 7, 2025
Homeଓଡିଶାପାଟ ଭବନ ଆମର ହସ୍ତତନ୍ତ ପରମ୍ପରାକୁ ଦଶନ୍ଧି ଦଶନ୍ଧି ଧରି ବଜାୟ ରଖିଛି -ଧର୍ମେନ୍ଦ୍ର ପ୍ରଧାନ

ପାଟ ଭବନ ଆମର ହସ୍ତତନ୍ତ ପରମ୍ପରାକୁ ଦଶନ୍ଧି ଦଶନ୍ଧି ଧରି ବଜାୟ ରଖିଛି -ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମପୁର: ଗଞ୍ଜାମର ବ୍ରହ୍ମପୁର ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପାଟ ଭବନର ବୁଣାକାର ବନ୍ଧୁମାନଙ୍କୁ ଭେଟିବା ସହ ପାରମ୍ପରିକ ଶୈଳୀରେ ବ୍ରହ୍ମପୁର ଓ ବୋମକେଇ ପାଟ ପ୍ରସ୍ତୁତି ଏବଂ ଏଥିରେ ବ୍ୟବହାର ହେଉଥିବା ଉପକରଣଗୁଡ଼ିକ ଦେଖିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ହସ୍ତତନ୍ତ ସାମଗ୍ରୀ କିଣିବା ସହ ୟୁପିଆଇରେ ପେମେଣ୍ଟ କରିଥିଲେ । ସେ କହିଥିଲେ, ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ଏବଂ ଲାଇଭିଲିହୁଡ ମିଶନର ମିଳିତ ପ୍ରୟାସରେ ଏଠାରେ ଏକ ସାଧାରଣ ସୁବିଧା କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଦଶନ୍ଧି ଦଶନ୍ଧି ଧରି ଏହି ପାଟ ଭବନ ଆମର ହସ୍ତତନ୍ତ ପରମ୍ପରାକୁ ବଜାୟ ରଖିବା ସହ ବୁଣାକାରମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ଦିଗରେ ବେଶ୍ ସହାୟକ ହୋଇଛି । ପାଟବସ୍ତ୍ର, ବ୍ରହ୍ମପୁର ସହରକୁ ରେଶମ ସହର ଭାବେ ସ୍ୱତନ୍ତ୍ର ପରିଚୟ ଦେଇଛି । ବ୍ରହ୍ମପୁରୀ ପାଟ ଓ ବୋମକେଇ ପାଟ ଆମର ଗୌରବ । ଓଡ଼ିଶାରେ ସମ୍ବଲପୁରୀ ବସ୍ତ୍ର, କୋଟପାଡ, ଖଣ୍ଡୁଆ ପାଟ ସମେତ ବିଭିନ୍ନ ସ୍ଥାନରେ ଏଭଳି ବ୍ରାଣ୍ଡ ଅଛି । ଏଭଳି ସାମଗ୍ରୀର ରି-ବ୍ରାଣ୍ଡିଂ କରିବା ଦରକାର । ଆମର ବୁଣାକାର ଭାଇ ଭଉଣୀ ଏବଂ ମାତୃଶକ୍ତିମାନଙ୍କୁ ସଶକ୍ତ କରିବା ପାଇଁ ଆମେ ସମସ୍ତେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ୱାନ କ୍ରମେ ହସ୍ତତନ୍ତ ସାମଗ୍ରୀ ତଥା ସ୍ୱଦେଶୀ ଉତ୍ପାଦର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଦରକାର । ବୁଣାକାରମାନେ ଆଗକୁ ବଢିଲେ ହିଁ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନ ସାକାର ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking