23.1 C
Bhubaneswar
Monday, February 2, 2026
Homeଓଡିଶାଯାତ୍ରୀବାହୀ ବସ୍ ଓଲଟି ୨ ମୃତ : ୩୧ ଆହତ

ଯାତ୍ରୀବାହୀ ବସ୍ ଓଲଟି ୨ ମୃତ : ୩୧ ଆହତ

ଅନୁଗୁଳ: ବାରିପଦାରୁ ଅନୁଗୁଳ ଆସୁଥିବା ସରକାରୀ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ଅପରାହ୍‌ଣ ପ୍ରାୟ ସାଢ଼େ ୪ଟା ବେଳେ ଅନୁଗୁଳ କଣିହାଁ ବ୍ଲକ ସମଲ ଥାନା ଗହମ ଗାଁ ନିକଟସ୍ଥ ବାରୁଆଁ ପାହାଡ଼ ତଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୩୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଯାତ୍ରୀମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। କଟକ ବଡ଼ଡାକ୍ତରଖାନାକୁ ୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା ବେଳେ ଏବେ ପ୍ରାୟ ୧୦ ଜଣ ଚିକିତ୍ସାଧୀନ ଅଛନ୍ତି। ଘଟଣାସ୍ଥଳରୁ ଡ୍ରାଇଭର୍ ଫେରାର ହୋଇଯାଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ‌ଲୋକଙ୍କ ଘର ମୟୂରଭଞ୍ଜ ଓ ଝାଡ଼ଖଣ୍ଡରେ ବୋଲି ଜଣାପଡ଼ିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking