ଭୁବନେଶ୍ୱର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣ।। ଏନସିଡବ୍ଲୁ ଅଧ୍ୟକ୍ଷାଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏନସିଡବ୍ଲୁ ଦୁର୍ଗାପୁର ଘଟଣାକୁ ଗୁରୁତର ସହ ନେଇଛନ୍ତି ବୋଲି ଏକ୍ସରେ ଲେଖି ଜଣାଇଲେ । ଏନସିଡବ୍ଲୁ ସ୍ୱତନ୍ତ୍ର ଟିମ୍ ମେଡିକାଲ୍କୁ ପଠାଇ ତଥ୍ୟ ସଂଗ୍ରହ କରିଛନ୍ତି । ନିରପେକ୍ଷ ତଦନ୍ତ ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୀଡିତାଙ୍କ ସୁରକ୍ଷା ଓ ଉତ୍ତମ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ପଶ୍ଚିମବଙ୍ଗ ରାଜ୍ୟପାଳ ସି ଭି ଆନନ୍ଦ ବୋସ୍ ପୀଡିତାଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।










