15.1 C
Bhubaneswar
Saturday, December 6, 2025
Homeଓଡିଶାନବୀନଙ୍କୁ ପ୍ରଭାତୀ ପରିଡାଙ୍କ କଡା ଜବାବ

ନବୀନଙ୍କୁ ପ୍ରଭାତୀ ପରିଡାଙ୍କ କଡା ଜବାବ

ଭୁବନେଶ୍ୱର: ପ୍ରାର୍ଥୀ ଚୋରି ମନ୍ତବ୍ୟ ପରେ ଜବାବ ରଖିଛି ବିଜେପି । ସୋସିଆଲ ମିଡିଆରେ ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମିଶନ ଶକ୍ତିର ମହିଳାଙ୍କ ସହ ବିଶ୍ୱାସଘାତକତା ହୋଇଛି । ୨୪ ବର୍ଷର ବିଶ୍ୱାସ ଘାତର ଜବାବ ସୁଭଦ୍ରା ଭଉଣୀମାନେ ଦେବେ । ନୂଆପଡା ନିର୍ବାଚନୀରେ ଜବାବ ଦେବେ ସୁଭଦ୍ରା ଭଉଣୀ ବୋଲି ନିଜ ଏକ୍ସ ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ।। ସୂଚନାଥାଉ କି , ଗତକାଲି ନୂଆପଡ଼ା କୋମନାରେ ନିର୍ବାଚନୀ ସମାବେଶରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର ବେଳେ ବିଜେପି ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ନବୀନ । କହିଛନ୍ତି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ । ଆଉ ଏବେ ପ୍ରାର୍ଥୀ ଚୋରି କରୁଛନ୍ତି । ଆମ ସହ ହୋଇଥିବା ବେଇମାନିର ଉତ୍ତର ଆସନ୍ତା ନଭେମ୍ବର ୧୧ ତାରିଖରେ ଭୋଟର ଦେବେ ବୋଲି କହିଛନ୍ତି ନବୀନ । ଆହୁରି କହିଛନ୍ତି, ବିଜେପି ସରକାର ପବ୍ଲିସିଟିରେ ହିରୋ, କାମରେ ଜିରୋ । ବିଜେଡି ସରକାରରେ ନୂଆପଡ଼ାର ବିକାଶ ଯୋଡ଼ି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking